ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର

 ନୂଆଦିଲ୍ଲୀ/ଭୁବନେଶ୍ୱର : ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଯୁବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିଥିଲେ । ସେ କହିଥିଲେ
ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ । ଓଡ଼ିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି । ଏହା ସହ ଶ୍ରୀ ପ୍ରଧାନ ‘ମକର ସଂକ୍ରାନ୍ତି’ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ "ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର୍ -୨୦୨୫'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଓଡ଼ିଶାର ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉସôାହଜନକ । ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ । ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ । ସବୁ ଯୁବବର୍ଗଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ଲୁଚି ରହିଛି । ଏହି ପ୍ରତିଭାକୁ ଅନ୍ୱେଷଣ କରିପାରିଲେ ହିଁ ଆମର ଅନେକ ଲକ୍ଷ୍ୟ ସାକାର ହୋଇପାରିବ ବୋଲି କହିଥିଲେ ।