ମହାକୁମ୍ଭରେ ‘କୁମ୍ଭ ସହାୟକ’ ଚାଟବଟ୍
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ଭାଷିନୀ ବହୁଭାଷୀ ସେବା ମାଧ୍ୟମରେ ବୈଷୟିକ ସହାୟତା ପ୍ରଦାନ କରୁଛି "ଡିଜିଟାଲ ହଜିବା ଓ ମିଳିବା ସମାଧାନ' ଆପ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ ବହୁଭାଷୀ, ଭଏସ୍-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦେ୍ଦଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ପଥପ୍ରଦର୍ଶନ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା । ଭାଷିନୀର ଭାଷା ଅନୁବାଦ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୯ଟି ଭାରତୀୟ ଭାଷା ସମେତ ମୋଟ ୧୧ଟି ଭାଷାରେ ଏହି ଚାଟବଟକୁ ସମର୍ଥନ କରେ ।
ଭାଷିନୀ ମୋବାଇଲ ଆପ୍ଲିକେସନର "କନଭର୍ସ (ବାର୍ତ୍ତାଳାପ)' ଫିଚର ଏହି ମେଗା ଇଭେଣ୍ଟରେ ଉତ୍ତରପ୍ରଦେଶ ପୁଲିସର ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗକୁ ସହଜ କରିବ । ଏହିପରି ଭାବେ ଭାଷିନୀ ମହାକୁମ୍ଭ ୨୦୨୫ରେ ପର୍ଯ୍ୟଟକଙ୍କୁ ପ୍ରଶ୍ନ ଓ ପଥପ୍ରଦର୍ଶନ ନିମନ୍ତେ ବହୁଭାଷୀ ସହାୟତା ପ୍ରଦାନ କରି ସେମାନଙ୍କ ଅନୁଭୂତିକୁ ଆହୁରି ସୁଖଦ କରିବ ।
ମୋଟାମୋଟି ଭାବରେ, ବୈଷୟିକ ଉଦ୍ଭାବନ ଏବଂ ଉପଲବ୍ଧତା ଦିଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଭାଷିନୀର ଭାଷା ଅନୁବାଦ ଇକୋସିଷ୍ଟମ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିରବଚ୍ଛିନ୍ନ ଏବଂ ସମାବେଶୀ ଅନୁଭୂତି ସୁନିଶ୍ଚିତ କରୁଛି ।