ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ସହ ବୈଠକ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କୁ ସାକ୍ଷାତ କରିଛନ୍ତି  । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ବରିଷ୍ଠ ମନ୍ତ୍ରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ -ସିଙ୍ଗାପୁର ରଣନୈତିକ ଭାଗିଦାରୀର ବିକାଶରେ ବରିଷ୍ଠ ମନ୍ତ୍ରୀ ଲିଙ୍କ ଅବଦାନକୁ ପ୍ରଶଂସା  କରିଥିଲେ  । ବରିଷ୍ଠ ମନ୍ତ୍ରୀ ଭାବରେ ତାଙ୍କ ନୂତନ ଭୂମିକାରେ ଭାରତ ସହିତ ସିଙ୍ଗାପୁରର ସମ୍ପର୍କ ଉପରେ ଲି ଧ୍ୟାନ ଓ ମାର୍ଗଦର୍ଶନ ଜାରି ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ  । ସେମାନଙ୍କ ପୂର୍ବ ବୈଠକକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀ ଲି ଭାରତ-ସିଙ୍ଗାପୁର ସମ୍ପର୍କର ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ  । ବିଶେଷକରି ଭାରତର ଦୁଇଟି ବୈଠକ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ରାଉଣ୍ଡଟେବୁଲ ସମୟରେ ଚିହ୍ନଟ ହୋଇଥିବା ସହଯୋଗର ଦିଗ ଉପରେ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେମାନେ ସହମତି ପ୍ରକାଶ କରିଥିଲେ ।  ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଓ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ, ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିଥିଲେ  ।