ବିଜେଡ଼ି ନେତା ମହମ୍ମଦ ଜୁନେଦଙ୍କ ଘରେ ରେଡ଼
ନୂଆପଡ଼ା : ନୂଆପଡ଼ାରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିପଡିଛନ୍ତି । ଏହାରି ଭିତରେ ଖରିଆର ରୋଡ ନଗର କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତ୍ତମାନର ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆଇଟି ବିଭାଗ ତରଫରୁ ରେଡ କରାଯାରାଯାଇଛି ।
ସୂଚନା ଅନୁଯାଇ, ମହମ୍ମଦ ଜୁନେଦ ନୂଆପଡା କଂଗ୍ରେସର ଜଣେ ଟାଣୁଆ ମୁସଲିମ ନେତା ଭାବେ ଜଣାଶୁଣା । ସେ ଖରିଆର ରୋଡ ନଗର କଂଗ୍ରେସର ପୂର୍ବତନ ସଭାପତି ମଧ୍ୟ ଥିଲେ । ଶୁକ୍ରବାର ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ପରକୋଡ୍ ଠାରେ ଆୟୋଜିତ ବିଜେଡିର ଜନସଭା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ ।