‘ବିଦୁ୍ୟତପ୍ରଭା ଦେବୀ ନାରୀ ସଶକ୍ତିକରଣର ପ୍ରତୀକ’
ଭୁବନେଶ୍ୱର : ସାରସ୍ୱତ ସାଧିକା ବିଦୁ୍ୟତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ ହେଉଛନ୍ତି ସାରସ୍ୱତ ସାଧିକା ବିଦୁ୍ୟତପ୍ରଭା ଦେବୀ । ଲବ୍ଧ ପ୍ରତିଷ୍ଠିତ କବି ବିଦୁ୍ୟତପ୍ରଭା ଦେବୀଙ୍କ ସାହିତ୍ୟ ପ୍ରତି ସାଧନା ଓ ସମର୍ପଣ ଭାବନା ସମାଜକୁ ପ୍ରେରିତ କରିଛି । ଘରୋଇ ମହିଳା ହୋଇ ସେ ସମୟର କଟକଣା ମଧ୍ୟରେ ଅନେକ କାଳଜୟୀ କବିତା ରଚନା କରିଛନ୍ତି । ଯାହା ଆଜି ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତରେ ବିରଳ ଲେଖିକାର ପରିଚୟ ଦେଇଛି । ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦୁ୍ୟତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପଦ୍ମଭୂଷଣ ଡ. ପ୍ରତିଭା ରାୟ ଏବଂ ଅନ୍ୟତମ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୋରାପୁଟର ପୂର୍ବତନ କୁଳପତି ତଥା ବିଦୁ୍ୟତପ୍ରଭା ଦେବୀଙ୍କ ସୁପୁତ୍ର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ବିଦୁ୍ୟତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ଧର୍ମେନ୍ଦ୍ର କହିଛନ୍ତି ଯେ ଜୀବନର ଖୁବ୍ କମ ସମୟ ମଧ୍ୟରେ ବାଲ୍ୟାବସ୍ଥାରୁ ସାହିତ୍ୟ ପ୍ରତି ତାଙ୍କର ସାଧନା ଓ ସମର୍ପଣ ଭାବ ଆମ ସମସ୍ତଙ୍କୁ ପ୍ରେରିତ କରୁଛି । ଓଡ଼ିଆ ସାହିତ୍ୟରେ ନାରୀବାଦୀ କବିତାର କଥା ଉଠିଲେ ତିନିଜଣ ବିଶିଷ୍ଟ କବୟିତ୍ରୀଙ୍କ ନାମ ମନକୁ ଆସେ - ଉକôଳ ଭାରତୀ କୁନ୍ତଳା କୁମାରୀ ସାବତ, ସରଳା ଦେବୀ ଓ ବିଦୁ୍ୟତପ୍ରଭା ଦେବୀ । ଆଧୁନିକ କବିତା ସହ ଦେଶର ସ୍ୱତନ୍ତ୍ରତା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁ ସାହିତ୍ୟକାର ଭାବରେ ସେ କବିତା ଲେଖିଛନ୍ତି । ଏ ଅବସରେ ଶ୍ରୀ ପ୍ରଧାନ ବି.କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ୍ କ୍ରାଫ୍ଟସର ପ୍ରତିଭାବାନ ଛାତ୍ରୀମାନଙ୍କୁ ଭେଟି ସେମାନଙ୍କ ନିଖୁଣ କଳା କାରିଗରୀକୁ ପ୍ରଶଂସା କରିଥିଲେ । ସେହିପରି ଡ. ପ୍ରତିଭା ରାୟ କବି ବିଦୁ୍ୟତପ୍ରଭା ଦେବୀ ହେଉଛନ୍ତି ଅନନ୍ୟା । ବିଦୁ୍ୟତପ୍ରଭାଙ୍କ ସାହିତ୍ୟ ସର୍ଜନା ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଛି ବୋଲି କହିଥିଲେ । ନାରୀବାଦର ସକାରାତ୍ମକ ଉଦ୍ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ କବି ବିଦୁ୍ୟତପ୍ରଭା ବୋଲି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ କହିଥିଲେ । ଅପରପକ୍ଷେ ବିଦୁ୍ୟତପ୍ରଭା ଦେବୀଙ୍କୁ ଓଡ଼ିଆ ସାହିତ୍ୟ ଜଗତର ଧ୍ରୁବତାରା କହିଥିଲେ ବିଧାୟକ ବାବୁ ସିଂ ।