ନୂଆ ରାଜ୍ୟ ଜଳନୀତିର ସମୀକ୍ଷା କଲେ ଅନୁ ଗର୍ଗ
ଭୁବନେଶ୍ୱର : ଆଜି ଜଳ ସଂପଦ ବିଭାଗରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରସ୍ତାବିତ ନୂଆ ରାଜ୍ୟ ଜଳ ନୀତିରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଆନ୍ତଃ ରାଜ୍ୟ ଜଳ ସଂଯୋଗୀକରଣ, ବିଭାଗୀୟ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ଆଦି ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରି ବିଭିନ୍ନ ପରାମର୍ଶ ଓ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଓଡିଶା ଉଠା ଜଳ ସେଚନ ନିଗମର ପରିଚାଳନା ନିଦେ୍ର୍ଦଶକ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।