ବିଭିନ୍ନସ୍ଥାନରେ ଓଡ଼ିଆ ପକ୍ଷ ପାଳିତ

ବେତନଟି:  ଓଡ଼ିଆ ପକ୍ଷ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ବେତନଟୀ ମଣ୍ଡଳ କାର୍ଯ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅମ୍ବିକା ବାରିକ, ବେତନଟୀ ସମିତି ସଭ୍ୟ ରଣଜିତ ସିଂ, ଯୁବ ସାମ୍ବାଦିକ ଶାନ୍ତନୁ ପଣ୍ଡା, ବରିଷ୍ଠ ସଦସ୍ୟ ମନୋରଞ୍ଜନ ରାଉତ, ରବିନ୍ଦ୍ର ମହାନ୍ତି, ନିରଞ୍ଜନ ମହାନ୍ତି, ହିମାଂଶୁ କବାଟ, ମହିଳା ମୋର୍ଚ୍ଚା ସଭାପତି ମିନା ମହାନ୍ତି, ମହିଳା ମୋର୍ଚ୍ଚା ସଦସ୍ୟ ମନ୍ଦାକିନୀ ସାହୁ, ପଦ୍ମମାଳୀ ମହିଳା ସଂଗଠନର ସମ୍ପାଦିକା ପ୍ରଭାତି ମହାନ୍ତି, ଗିତାଞ୍ଜଳୀ ଭୂୟାଁ, ପିଙ୍କି ସ୍ୱାଇଁ, ରଞ୍ଜିତା କର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଭାରତୀୟ ଜନତା ପାର୍ଟି ବେତନଟୀ ମଣ୍ଡଳର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ  । ଏହି କାର୍ଯ୍ୟକ୍ରମରେ ବାରିପଦା ରକ୍ତ ଭଣ୍ଡାର ଅଧିକାରୀ ନିର୍ଲସ ଦାସ, ନର୍ସିଙ୍ଗ୍ ଅଫିସର ଛବି ମହାନ୍ତି, ପ୍ରଫୁଲ୍ଲ ମାଝୀ, ସକୁନ୍ତଳା ମହାନ୍ତି, କରୁଣାକର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା  । ଏହି ଶିବିରରେ ଓକିଲ ରଣଜିତ ଗନ୍ତାୟତ, ଅନ୍ନବ ଘୋଷ, ବିରକିଶୋର ବିଶ୍ୱାଳ, ଭାଗିରଥୀ ମିସ୍ତ୍ରୀ, ଦିପ୍ତିକାନ୍ତ ସେଠୀ, ରାକେଶ ମହାନ୍ତି, କେଶବ ନାଥ, ସଞ୍ଜିବ ଜେନା, ଷୀତିଶ ମହାନ୍ତି, ଗୌରବ ନାଥ, ଭୈରବ ନାଥ, ବ୍ରହ୍ମାନନ୍ଦ ରାଉତ, ସୁବ୍ରତ ବିନ୍ଧାଣି, ହେମନ୍ତ ମହାନ୍ତି, ମନୋରଞ୍ଜନ ସିଂହ, ବ୍ରଜମୋହନ ଓଝା, ଶୁଭମ୍ ପଣ୍ଡା, ଶଶାଙ୍କ ଶେଖର ପଣ୍ଡା, ଜୟନ୍ତ ସାହୁ, ହେମନ୍ତ ମହାନ୍ତି, ଅରୁପ ରଞ୍ଜନ ଲେଙ୍କା, ରଞ୍ଜନ ପରିଡ଼ା , ଅଭିଜିତ ନାୟକ ପ୍ରମୁଖ ସହଯୋଗ କରିଥିଲେ  । ଶେଷରେ ଯୁବ ସଂଗଠକ ଚନ୍ଦ୍ର ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  । 
ଢେଙ୍କାନାଳ: ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଢେଙ୍କାନାଳ ମହିଳା କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯୁବ ରେଡ଼କ୍ରସ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା ଉଦଘାଟନ କରିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ଆଂଚଳିକ ନିର୍ଦେଶକ ଡ଼ ରଞ୍ଜିତ ପ୍ରଧାନ, ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସ୍ୱରୂପ ରଞ୍ଜନ ସାହୁ, ଢେଙ୍କାନାଳ ଜିଲ୍ଲା ଉପସଭାପତି ବିରଞ୍ଚି ନାରାୟଣ ପାଣି, ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କଲେଜର ଯୁବ ରେଡ଼କ୍ରସ କାଉନସିଲର ଡ. ଜିତେନ୍ଦ୍ର ବେହେରା ଏବଂ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜିକା ଅଧ୍ୟାପିକା ଲୀନା ଗନ୍ତାୟତ ପରିଚାଳନା କରିଥିଲେ । ଶିବିରର ମୋଟ ୬୭ ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ତଥା ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉତ୍ସାହିତ ହୋଇ ଯୋଗଦାନ କରିଥିଲେ ।  ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।