ମଦ ଜବତ, ୬ କୋର୍ଟ ଚାଲାଣ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ରାଜନଗର, ଓ ତାଣ୍ଡିଆପାଳ ମେରାଇନ ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି । ଗୋବିନ୍ଦପୁର ଗ୍ରାମର ଅନିରୁଦ୍ଧ ମଳିକଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ସୌମିୟ ରଞ୍ଜନ ପାତ୍ରଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ଏକଲାପୁର ଗ୍ରାମର  ସୁଦର୍ଶନ ରାଉତଙ୍କ ଠାରୁ ୩୬ ଲିଟର ବିଦେଶୀ ମଦ, ବେନାକନ୍ଦା ଗ୍ରାମର ନାଡୁଗୋପାଳ ମଣ୍ଡଳଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କଂସାର ଗ୍ରାମର ମଧୁସୂଦନ ପାଲଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଜବତ କରାଯାଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ଏବଂ ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି  । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ ଏବଂ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।