ବେଧଡ଼କ ଚାଲିଛି ବେଆଇନ ଇଟାଭାଟି, ପ୍ରଶାସନ ନିରବ

 ଛତ୍ରପୁର: ସମଗ୍ର ରାଜ୍ୟ ଏବେ ତତଲା କଡେଇରେ  । ଦିନ ୧୦ ଟା ହୋଇଗରେ ଘରୁ ବାହାରିବା ମୁସକିଲ ହୋଇପଡୁଛି  । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି  । ଏହା ସାଙ୍ଗକୁ ବେଆଇଟ ଇଟା ଭାଟି ଲୋକଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଦେଉଛି  । ସରକାରଙ୍କ ବାରଣ ସ୍ୱତେ କେମିତି ଚାଲିଛି ବେନିୟମ ଇଟାଭାଟି  । ଏହି ଇଟାଭାଟି ଗୁଡିକ ଛତ୍ରପୁର ତହସିଲ ଅଧିନରେ ବିଭିନ୍ନ ପଞ୍ଚାୟତରେ ଗଢି ଉଠିଥିବା ବେଳେ ପ୍ରଶାସନ ଜାଣିବି ନ ଜାଣିବା ଭଳି ଚୁପ୍ ରହିଛି  । ଏହି ଇଟାଭାଟି ଦ୍ୱାରା ପରିବେଶ ଦୂଷିତ ହେବା ସହିତ ଇଟାଭାଟି ଧୁଆଁରେ ଲୋକମାନେ ଅତି ହେଲେଣି  । ଗଢି ଉଠିଥିବା ମାଳ ମାଳ ଇଟାଭାଟି ଗୁଡିକୁ ଆଙ୍କୁଶ ଲଗାଇବାରେ ବିଫଳ ହୋଇଛି ଛତ୍ରପୁର ତହସିଲ ପ୍ରଶାସନ  । ଯାହା ଫଳରେ ଦିନକୁ ଦିନ ବାୟୁ ଏବଂ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି  ।  ବର୍ତ୍ତମାନ ଗ୍ରିଷ୍ମ ଋତୁର ଖରା ସାଙ୍ଗକୁ ଏହି ଇଟାଭାଟିର ତାତି ଲୋକମାନେ ଆହୁରି ବିରକ୍ତି ହେଲେଣି  । ଇଟାଭାଟି କରିବାକୁ ହେଲେ ଗ୍ରୀନ ଟୁ୍ୟବନାଲର ଅନୁମତି ଆବଶ୍ୟକ ପଡିଥାଏ  । କିନ୍ତୁ ବହୁ ସ୍ଥାନରେ ଏହି ସବୁନଥିଲେ ବି ବେନିୟମ ଭାବେ ବେଧଡକ ଇଟାଭାଟି ଗଢି ଉଠିଛି  । ଯାହାଫଳରେ ଜନସାଧାରଣ ଅସନ୍ତୋଷ ଦେଖାଦେଉଥିଲା ବି ରାଜସ୍ୱ ବିଭାଗ ଜାଣିବି ନଜାଣିବାଭଳି ରହିଆସୁଥିବା ମନେ ହେଉଛି  । ତହସିଲ ପ୍ରଶାସନ ପକ୍ଷରୁ ଅଙ୍କୁଶ ନଥିବାରୁ ବେଧଡକ ଭାବେ ଇଟାଭାଟି ମାଫିଆ ମାନେ ସବୁ ସମୟରେ ଇଟା ପକାଇ ମାଳମାଳ ହେଉଥିବା ବେଳେ ସେମାନଙ୍କ ଉପରେ ରୋକ ଲଗାଯାଉନାହିଁ  । କେବେ ପ୍ରଶାସନର ଏହି ବେଆଇନ ଭାବେ ଗଢି ଉଠିଥିବା ଇଟା ଭାଟି ଉପରେ ଦୃଷ୍ଟି ପଡୁଛି  । ଛତ୍ରପୁର ତହସିଲଅଧିନ ବଡମାଧପୁର, ସୁନ୍ଦ ରପୁର,ବଉଳ ଗାଁ,ପୋଟଲାମପୁର, ଅଗସ୍ତିନୁଆଗାଁ, ବଳରାମପୁର, ଗୋବା, ମହାନାଦପୁର, ବିପୁଳିଙ୍ଗି, ଭିକାରିପଲ୍ଲୀ,  ଟାଙ୍ଗଣାପଲ୍ଲୀ, ରାଜପୁର ଆଦି ଗ୍ରାମ ମାନଙ୍କରେ ବହୁ ମାତ୍ରାରେ ବେଆଇନ ଭାବେ ଇଟା ଭାଟି ଗଢି ଉଠିଛି  । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ଉଠିଛି  ।