ବିଶୋଇରେ ତ୍ରିରଙ୍ଗା ଶୋଭାଯାତ୍ରା 

 ବିଶୋଇ  : ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଘୋଟାଇଥିବା ବର୍ବୋରଚିତ ହତ୍ୟାକାଣ୍ଡରେ ୨୬ ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ଦେଶର ସୈନ୍ୟବାହିନୀଙ୍କ ଦ୍ୱାରା ଅପରେସନ "ସିନ୍ଦୂର’ ମାଧ୍ୟମରେ ପାକିସ୍ଥାନରେ ଥିବା ଆତଙ୍କବାଦୀଙ୍କ ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରି ମାଟିରେ ମିଶାଇ ଦେଇଥିବା ବେଳେ ଅନେକ ଆତଙ୍କବାଦୀଙ୍କ ମଧ୍ୟ ଆକ୍ରମଣରେ ମୃତୁ୍ୟ ହୋଇଥିଲା । ପାକିସ୍ଥାନର ଏଆରବେସ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ପରିପେକ୍ଷୀରେ ସେନାବାହିନୀର ମନୋବଳ ବଢ଼ାଇବା ପାଇଁ ନାଗରିକ ମଞ୍ଚ, ବିଶୋଇ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ତ୍ରିରଙ୍ଗା ସଭାଯାତ୍ରାରେ ଶତାଧିକ ନାଗରିକ ବିଶୋଇ, ଲୁହାକାନୀ, ଖଦମବେଡା, ଯୋଡିଆ, ଏନବି ପୋଖରିଆ ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ପଶ୍ଚିମ ମୟୁରଭଞ୍ଜ ସଭାପତି ଝୁରିଲାଲ ମହାନ୍ତ, ବିଶୋଇ ମଣ୍ଡଳ ସଭାପତି ବନମାଳି ଗିରି, ଆନନ୍ଦ କୁମାର ରାମ, ସମିତିସଭ୍ୟ ଦିଲ୍ଲୀପ ଗିରି, ତପନ କୁମାର ମହାନ୍ତ, ଦୁର୍ଗାପ୍ରସାଦ, ସୁଭାଶିଶ ବେହେରା ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ  ।