ବିଜେପିର ବିଭୁ ପ୍ରସାଦ ବିଜୟୀ

ଜଗତସିଂହପୁର: ଓଡ଼ିଶାରେ ମୋଦି ଲହରପାଇଁ ବିଜେଡି ତାର ଲୋକ ଆସନରୁ ପୋଛିହୋଇଯାଇଛି । ୨୧ ଟି ଲୋକସଭା ଆସନରୁ ୧୯ ଟିରେ ବିଜେପି ବାଜିମାତ କରିଛି । ୨୦୨୪ ବିଜେଡି ପାଇଁ ଏକ କଳା ମସିହା କହିଲେ ଅତୁ୍ୟକ୍ତି ହେବନାହିଁ । ବିଜେଡି ଓଡ଼ିଶାରେ ସତ୍ତା ହରାଇଥିବାବେଳେ ଲୋକସଭାରେ ମଧ୍ୟ ମୂଳପୋଛ ହୋଇଯିବା ସମଗ୍ର ଓଡିଶାରେ ଝଡ଼ ସୃଷ୍ଟି କରିଛ । ଚଳିତ ନିର୍ବାଚନରେ ବିଜେପିରୁ ଜଗତସିଂହପୁର ଲୋକସଭା ଆସନରୁ ବିଭୁ ପ୍ରସାଦ ତରାଇ, କଂଗ୍ରେସରୁ ରବୀନ୍ଦ୍ର ସେଠି ଓ ବିଜେଡିରୁ ଡ଼.ରାଜଶ୍ରୀ ମଲ୍ଲିକ ପ୍ରତିଦ୍ୱନ୍ଦୀ କରୁଥିଲେ । ବିଭୁ ପ୍ରସାଦ ତରାଇ ୫୮୯୦୯୩ ଖଣ୍ଡ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡ.ରାଜଶ୍ରୀ ମଲ୍ଲିକ ୫୪୮୩୯୭ ଖଣ୍ଡ ଭୋଟ ପାଇଥିଲେ । ବିଭୁ ପ୍ରସାଦ ତରାଇ ୪୦୬୯୬ ଖଣ୍ଡ ଭୋଟରେ ଡ.ରାଜଶ୍ରୀ ମଲ୍ଲିକଙ୍କୁ ପରାଜୟ କରିଥିଲେ । ୨୦୧୯ ନିର୍ବାଚନରେ ଏହି ଆସନରୁ ଡ. ମଲ୍ଲିକ ବିଭୁ ତରାଇଙ୍କୁ ହରାଇ ବିଜୟ ଲାଭ କରିଥିଲେ । ପୁନର୍ବାର ଏହି ଆସନରେ ସେହି ଦୁଇ ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ଓଡିଶାରେ ପରିବର୍ତ୍ତନ ଓ ମୋଦିଲହରରେ ଏହି ଆସନରୁ ବିଭୁ ପ୍ରସାଦ ତରାଇ ବିଜୟର ମୁକୁଟ ପିନ୍ଧିଛନ୍ତି । ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଭାବେ ୧୧ ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦୀତା କରୁଥିଲେ ।