ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା
ବରୀ: ଲଘୁଚାପ ଜନିତ ଉପର ମୁଣ୍ଡ ବର୍ଷା ଯୋଗୁ ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ଓ ତାହାର ଶାଖା ତନ୍ତଘାଇ ରେ ବନ୍ୟା ପ୍ରଥମଥର ପାଇଁ ବନ୍ୟା ଜଳ ଆସିଛି । ବନ୍ୟା ଆସିବା ଦ୍ୱରା ବନ୍ୟାକୁ ନେଇ ନଦୀକୂଳ ରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । କେତେକ ସ୍ଥାନରେ ଦୁର୍ବଳ ନଦୀବନ୍ଧ ଯୋଗୁଁ ଗ୍ରାମରେ ବନ୍ୟା ଆସିବାର ସମ୍ବାବନା ସୃଷ୍ଠି ହେଉଛି । ଜେନାପୁର ଠାରେ ବିପଦ ସଙ୍କେତ ୬୭ ଫୁଟ ଥିବା ବେଳେ ଆଜି ସନ୍ଧ୍ୟା ୬ ଟା ସୁଧା ୬୧. ୨୦ ନିମ୍ନରେ ପ୍ରଭାବିତ ହେଉଛି । ସେହିପରି ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୮. ୦୩୩ ମିଟର ଥିବା ବେଳେ ସନ୍ଧ୍ୟା ୬ ଟା ସୁଧା ୧୭. ୮୪ ପ୍ରଭାବିତ ହେଉଛି । ବହ୍ଲଭିଘାଟ ଠାରେ ବିପଦସଂକେତ ୧୩. ୩୪ ଥିବା ବେଳେ ସନ୍ଧ୍ୟା ୬ ଟା ସୁଧା ୧୨ ୦୫ ନିମ୍ନ ରେ ପ୍ରଭାବିତ ହେଉଛି । ଖରସ୍ରୋତା ନଦୀର ତନ୍ତୀଘାଇ ଠାରେ ବିପଦସଂକତେ ୧୨. ୯୬ ଥିବା ବେଳେ ସନ୍ଧ୍ୟା ସୁଧା ୧୧. ୩୦ ରେ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆଜି ବରୀର ହାଟ ବଜାର ମାନଙ୍କରେ ପରିବାଦର ବୃଦ୍ଧି ପାଇଛି ।