ହୃଦ୍ଘାତରେ ସରପଞ୍ଚଙ୍କ ପରଲୋକ

 ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାରୋ ପଞ୍ଚାୟତର ସରପଞ୍ଚ ଉଦ୍ଧବ ଚରଣ ନାୟକ (୬୭)ଙ୍କର ହୃଦଘାତରେ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ସେ ବାରୋ ପଞ୍ଚାୟତରେ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପୁନର୍ବାର ୨୦୨୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ । କାଁପଡ଼ା ପଞ୍ଚାୟତରୁ ମଧ୍ୟ ସେ ସମିତି ସଭ୍ୟ ଭାବେ ୨୦୧୭ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଶାନ୍ତ ସରଳ, ଅମାୟିକ ବ୍ୟକ୍ତି ଭାବେ ସସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ଆକସ୍ମିକ ମୃତୁ୍ୟରେ ତିହିଡ଼ି ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ସେଠାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ତହସିଲଦାର ନମିତା ଧଳ, ବିଡିଓ ନିରଂଜନ ବାରିକ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, କୁନ୍ତଳା ମଳିକ, ପୁଷ୍ପାଞ୍ଜଳି ଲେଙ୍କା, ଯଶୋଦା ମଲ୍ଲିକ, ସୁପ୍ରଭା ପାଣି, ସଂଜୀବ ବେହେରା, କୈଳାସ ପରିଡ଼ା, ପ୍ରେମଲତା ବିଶ୍ୱାଳ, ଚକ୍ରଧର ଦାସ, ସମିତିସଭ୍ୟ ଚିନ୍ତାମଣି ଦାସ, ଶୁକଦେବ ମଳିକ ଓ ଜୟପ୍ରକାଶ ମଲିକ ପ୍ରମୁଖଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।