‘ଜରି’ ମାଉସୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ ଓ ବିଧାୟକ

 କେନ୍ଦ୍ରାପଡା:  କେନ୍ଦ୍ରାପଡା ଗୁଲନଗର ପଂଚାୟତ ଖଇରାବାଦ ଗ୍ରାମର ସ୍ୱର୍ଗତ କମଳା ମହାରଣା ଓରଫ ଜରି ମାଉସୀଙ୍କ ଦ୍ୱାଦଶାହ ତିଥିରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତ କମଳାଙ୍କ ଖଇରାବାଦ ବାସଭବନରେ ପହଁଚି ସାଂସଦ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ଭୁବନ ମୋହନ ଜେନା, ଗୀତାଞ୍ଜଳୀ ସେଠୀ, କରୁଣାକର ସାହୁଙ୍କ ସମେତ ଉପୀନ ରାଉତ, ଅମିତାଭ ସୁଆର, ଅଭିମନୁ୍ୟ ଗୋଛାୟତ, କୃଷ୍ଣଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ସଲିମ ଖାନ, ଜ୍ୟୋସ୍ନାରାଣୀ ଜେନା, କଳ୍ପନା ମଲିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।