ବୈତରଣୀରେ ବନ୍ୟା : ବିପଦସଂକୁଳ ନୁଆପାଟଣା ନଦୀବନ୍ଧ
ଦଶରଥପୁର: ପୂର୍ବରୁ ବୈତରଣୀରେ ଆସିଥିବା ପ୍ରଥମ ବନ୍ୟା ଜଳ ଦଶରଥପୁର ବ୍ଲକର ୨୦ରୁ ଉର୍ଦ୍ଧ ପଞ୍ଚାୟତ ବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲା । ହେଲେ ବର୍ଷା ନ ହେବାରୁ ଜଳ ସ୍ତର କମିଥିଲା । କିନ୍ତୁ ୪ ଦିନ ହେବ ଉପର ମୁଣ୍ଡରେ ଲଗାଣ ବର୍ଷା ହେବାରୁ ରବିବାର ରାତ୍ର ସମୟର ହଠାତ୍ ବୈତରଣୀ ନଦୀରେ ଜଳ ସ୍ଥଳ ବୃଦ୍ଧି ପାଇ ବିପଦ ସଙ୍କୁଳ ଦେଖା ଯାଇଥିଲା । ଏହା ପରେ ନଦୀ କୁଳିଆ ଲୋକ ରାତି ଅନିଦ୍ରା ହୋଇ ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ଜଗି ବସିଥିଲେ । ଆଜି ଘଟଣା ସ୍ଥଳରେ ଜଳସମ୍ପଦ ବିଭାଗ ଉଚ୍ଚ ସ୍ତରୀୟ ଅଧିକାରୀ, ପୂର୍ତ୍ତବିଭାଗ ଅଧିକାରୀ, ଦଶରଥପୁର ବ୍ଲକ ବିଡିଓ ଆକାଶ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ, ମଙ୍ଗଳପୁର ଥାନା ଅଧିକାରୀ ଜଗଦିଶ କର ଉପସ୍ଥିତ ରହିଥିବା ସହ ଘୋଳିଆ ପଡିଥିବା ସ୍ଥାନରେ ବହ୍ଲା ଓ ବାଲି ବସ୍ତା ଦେଇ ମରାମତି କାର୍ଯ୍ୟ କରିଥିଲେ । ତେବେ ବନ୍ୟା ଆସିଲେ ପଡିଥିବା ମାଟି ଧଶି ଯାଉଥିବା, ବିଭିନ୍ନ ପ୍ରକାର କ୍ଷତି ଗ୍ରସ୍ତ ହୋଇଥାନ୍ତି ଅଂଚଳବାସୀ । ଏମିତି ୨୦୨୦ରେ ଦତପୁର ଠାରେ ଘୋଳିଆ ପଡ଼ିବା ପରେ ବନ୍ଧ ଭାଙ୍ଗିବା ଲୋକଙ୍କ ଆଖିରେ ଧନଜୀବନ ସବୁ କିଛି ଭାସିଯିବାର ଦୃଶ୍ୟ ଏବେ ବି ଯାଇନଥିବା ବେଳେ ଏହି ଦୁର୍ବଳ ନଦୀ ବନ୍ଧର ଅବସ୍ଥା ଦେଖି ଅଂଚଳବାସି ଭୟଭୀତ ଅବସ୍ଥାରେ ଅଛନ୍ତି ।