ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ
ସାଲେପୁର : କଟକ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏମରଜେନ୍ସିରେ ଅଫିସ ନ ଆସିବା ଏବଂ ବାୟୋମେଟ୍ରିକ ନ ଲଗାଇବାରୁ ଦରମା ବନ୍ଦ ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଉନ୍ନୟନ ଅଧିକାରୀ ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି। ହେଲେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।