ଏଆରଆଇକୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଭିଜିଲାନ୍ସ ପକ୍ଷରୁ ଏଆରଆଇ ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ ଏଆରଆଇଙ୍କର ୧୭ ପ୍ଲଟ ସହ ଗୋଟିଏ ୩ ତାଲା ବିଲ୍ଡିଂ ୮୪ ଲକ୍ଷ ଡିପୋଜିଟ୍‌ ଓ ୧୫୦ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା।