ବ୍ୟବସାୟ ନାଁରେ ୧୦ ଲକ୍ଷ ଠକେଇ; ଠକ ଗିରଫ
ଭୁବନେଶ୍ୱର : ବାଲି ଗୋଡି ବ୍ୟବସାୟ ନାଁରେ ୧୦ ଲକ୍ଷ ଋଣ ନେଇ ଫେରାର। ଏନେଇ ଅଭିଯୋଗକାରୀ ଗୋପନ ମାର୍ଥା କ୍ୟାପିଟାଲ ଥାନାରେ ଲିଖିତ ରିପୋର୍ଟ କରିଥିଲେ । ଏହି ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତ ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣେ ସିଭିଲ୍ ଯୋଗାଣକାରୀ, ବାଲି, ଚିପ୍ସ ଏବଂ ପଥର କାରବାର କରୁଥିଲେ । ତାଙ୍କୁ ଅଭିଯୁକ୍ତ ୧୦ଲକ୍ଷ ଟଙ୍କ।। ହାତ ଋଣ ପାଇଁ ପ୍ରବର୍ତ୍ତାଇଥିଲେ ଏବଂ ସୁଧ ସହିତ ପରିଶୋଧ କରିବାର ପ୍ରତିଶ୍ରୁତି ଦେଇଥିଲେ । ଟଙ୍କା ପାଇବା ପରେ ଅଭିଯୁକ୍ତ ମିଥ୍ୟା ବାହାନାରେ ପରିଶୋଧକୁ ଏଡ଼ାଇ ଯାଇଥିଲେ ଏବଂ ପରିଶୋଧ ଦାବି କଲେ ଅଭିଯୋଗକାରୀଙ୍କୁ ଭୟଙ୍କର ପରିଣାମ ପାଇଁ ଆହୁରି ଅପରାଧିକ ଭାବରେ ଭୟଭୀତ କରିଥିଲେ । ବାରମ୍ବାର ଫୋନ୍ କରିବା ସତ୍ତେ୍ୱ ଅଭିଯୁକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିନଥିଲେ । ତାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବାରୁ ଆଜି ସମସ୍ତ ଆଇନଗତ ଔପଚାରିକତା ପାଳନ କରିବା ପରେ ଅଭିଯୁକ୍ତ ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।