ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ପ୍ରଥମ ଅଟଳ ଫେଷ୍ଟ ଓ ଅଟଳ ଓଡ଼ିଶା ଆଇକନ ଆୱାର୍ଡ଼-୨୦୨୫

 କଟକ : ଅଟଳ ସ୍ମୃତି କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଟଳ ଫେଷ୍ଟ ଓ ଅଟଳ ଓଡ଼ଇଶା ଆଇକନ ଆୱାର୍ଡ଼-୨୦୨୫ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୨୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦଜାପିତ ହେବ  । ସ୍ମୃତି କମିଟି ଅଧ୍ୟକ୍ଷ ଚିତ୍ତ ରଂଜନ ଦାସ ସ୍ଥାନୀୟ ବାରବାଟୀ ପ୍ୟାଲେସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ହେବ । ଅଟଳ ଫେଷ୍ଟ-୨୦୨୫ର ପ୍ରଥମ ସଂସ୍କରଣ ଗତ ଅଗଷ୍ଟ ୧୬ ଓ ୧୭ ତାରିଖରେ ଆୟୋଜିତ ହୋଇଯାଇଛି । ଏଥିରେ ମହିଳା ସମାବେଶ (ଏସଏଚଜି) ଓ ପ୍ରତିଯୋଗିତା, ଆଶା ଦିଦି ସମାବେଶ,  ଅଙ୍ଗନୱାଡ଼ି ଦିଦି ଓ ସ୍ୱଚ୍ଛ ସାଥୀ ସମାବେଶ, ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବିଭିନ୍ନ କାର୍ଯ୍ୟକ୍ରମରେ ବିଜେତା ମାନଙ୍କୁ ଅଟଳ ଓଡ଼ିଶା ଆଇକନ ଆୱାର୍ଡ଼ ସମାରୋହରେ ପୁରସ୍କୃତ କରାଯିବ  । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୮ ଜଣ ଶ୍ରେଷ୍ଠ ଓଡ଼ିଆ ଓ ୨ ଜଣ ଶ୍ରେଷ୍ଠ ଭାରତୀୟ ପ୍ରତିଭାଙ୍କୁ ଅଟଳ ଉକôର୍ଷ ସମ୍ମାନରେ ସମ୍ମାନୀତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟିର ସଭାପତି ପ୍ରହ୍ଲାଦ ଖଣ୍ଡେଲୱାଲ, ସାଧାରଣ ସଂପାଦକ କିଶୋର ମହାନ୍ତି, ରଶ୍ମିତା ମିଶ୍ର, ଗୀତା ଦାଶ, ଗୀତାଞ୍ଜଳୀ ବେହୁରା, ଚନ୍ଦ୍ରଶେଖର ବିଶ୍ୱାଳ, ସ୍ପନ୍ଦନ ମହାନ୍ତି, ବିଜୟ ମହାରଣା, ସୁମନ୍ତ ସାହୁ, ପୁଷ୍ପିତା ମହାପାତ୍ର, ସଦାନନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।