ଚୋରା ଗଞ୍ଜେଇ ବିକ୍ରି ମହିଳା ଗିରଫ
ଜଟଣୀ : ସ୍ଥାନୀୟ କୁଦିଆରୀ ବଜାର ଅଞ୍ଚଳରେ ଚୋରା ଗଞ୍ଜେଇ ବିକ୍ରୀ କରୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ପୁଷ୍ପାବତୀ ଘୋଷ (୫୮)ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏସ୍ଆଇ ସସ୍ମିତା ସାହୁଙ୍କ ରିପୋର୍ଟ ଅନୁଯାଇ କୁଦିଆରୀ ବଜାରର କଦଳୀ ଗୋଦାମ ନିକଟରେ ଅଭିଯୁକ୍ତଙ୍କ ଘର ସହିତ ଲାଗିକରି ଥିବା ଏକ ଦୋକାନରେ ଚଢାଉ କରାଯାଇଥିଲା । ଚଢଉ ସମୟରେ ଅଭିଯୁକ୍ତଙ୍କ ପାଖରେ ଦୁଇ କେଜି ଚୋରା ଗଞ୍ଜେଇ ଭର୍ତ୍ତି ଏକ କମଳା ରଙ୍ଗର ଜରି ବ୍ୟାଗ ଥିବା ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ବ୍ୟକ୍ତିଗତ ତଲାସ ବେଳେ ନଗଦ ୧୦ ହଜାର ଟଙ୍କା ଉଦ୍ଧାର କରାଯାଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ମହିଳା ଦୀର୍ଘଦିନ ଧରି ବେଆଇନ ଗଞ୍ଜେଇ ବିକ୍ରୟରେ ଲିପ୍ତଥିବା ନେଇ ନିଜର ଅପରାଧ ସ୍ୱୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।