ଦୁର୍ଗାପୂଜା ପାଇଁ ପୁଲିସର ବୈଠକ: ଜବରଦସ୍ତି ଚାନ୍ଦା ଆଦାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

 କଟକ:  ଶାରଦୀୟ ଦୁଗା ପୂଜା ପାଇଁ କମିଶନରେଟ ପୋଲିସ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୋଳିସ କମିଶନର ଏସ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାଗକୁ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀ ପରିଚାଳନା କରିଥିଲେ । ଆସନ୍ତା ୨୮ରୁ ଆରମ୍ଭ ହେବ ଶାରଦୀୟ ଦୁର୍ଗା ପୂଜା । ଭସାଣ ଉସôବ ଅକ୍ଟୋବର ୩ ରେ ଅନୁଷ୍ଠିତ ହେବ । ଚଳିତ ଦଶହରାରେ ଡିଜେ ସାଉଣ୍ଡ ସିଷ୍ଟମକୁ ଭସାଣିରେ ବ୍ୟବହାର କରିବାକୁ ଦିଆଯିବନି । ସେହିପରି ଲେଜର ଲାଇଟ କିମ୍ବା ଫାୟାର ଗନ ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ପାରମ୍ପରିକ ବାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେବାକୁ ପୁଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି  । ପାରମ୍ପରିକ ବାଦ୍ୟରେ ଭସାଣୀ କଲେ ପୁରସ୍କୃତ କରାଯିବା ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି । ପୂଜା ମଣ୍ଡପ, ଭସାଣି, ଓ ସାଂସ୍କୃତିକ କାର୍ଯ୍ୟକମ୍ର ପାଇଁ  ସିଙ୍ଗଲ ୱିଣ୍ଡୋର ବ୍ୟବସ୍ଥା ରହିଛି  । ସବୁ ମଣ୍ଡପରେ ଅଗ୍ନି ନିରାପତ୍ତା ଉପକରଣ ରଖିବା ବାଧ୍ୟତାମୂଳକ । ଏହାଛଡ଼ା ଦଶହରା ଦେଖିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଅଭିଯୋଗର ସମସ୍ୟା ଶୁଣିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲ୍ପ ଡେକ୍ସ ଖୋଲାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଭସାଣିକୁ ନିଶାମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁମତି ଆଣି ରାତି ୧୨ଟା ପର୍ଯ୍ୟନ୍ତ ୩ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଅନୁଷ୍ଠିତ ହେବ । ରାତି ୧୨ଟା ପରେ ମାଇକ ଓ ବ୍ୟାଣ୍ଡର ସାଉଣ୍ଡ ବନ୍ଦ କରି କେବଳ ପାରମ୍ପରିକ ବାଦ୍ୟରେ ଭସାଣି ଆଗକୁ ବଢ଼ିବ । ଗୋଟିଏ ମେଢ଼ରେ ଶୋଭାଯାତ୍ରା ସର୍ବାଧିକ ୨୦୦ ମିଟର ରହିବ  । ସଭାରେ ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ମେୟର ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟକ ପ୍ରକାଶ ସେଠୀ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ସିଏମସି କମିଶନର କିରଣଦୀପ କୌର ସହୋତା, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି ଓ ସିପିଏମ ନେତା ବଦି୍ରନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।