ଚାରିଧାମ ବନାମ ପବିତ୍ର ଜଗନ୍ନାଥ ଧାମ
ଡକ୍ଟର ଅମୂଲ୍ୟ କୁମାର ପଣ୍ଡା :
ଦିଘାରେ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ପୁଣି ମନ୍ଦିର ସମ୍ମୁଖରେ ବଡ ବଡ ଅକ୍ଷରରେ ପ୍ରସ୍ତୁତ କରି ମରାଯାଇଛି ଜଗନ୍ନାଥ ଧାମ । ଦିଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦିଘା ଜଗନ୍ନାଥ ଧାମ ବୋଲି କରାଯାଇଥିଲା । ଯାହା ୩୦ ତାରିଖ ଉଦଘାଟନ ସରିବା ପରେ ୧ ତାରିଖ ଦିନ ଟେଣ୍ଟ ମାଲିକ ଖୋଲି ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଜୋରଦାର ପ୍ରତିବାଦ ଓଡ଼ିଶାରେ ଦେଖିବାକୁ ମିଳିଛି । ଏହା ସ୍ୱାଭାବିକ, କାରଣ ଚାରି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ । ଅନ୍ୟ କେଉଁଟି ଆଉ ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଅଲଗା ଆଡ଼େ ହଜାର ହଜାର ମନ୍ଦିର ଜଗନ୍ନାଥଙ୍କର ହେଉ ସେଥିରେ କିଛି ଆପତ୍ତି ନାହିଁ କିନ୍ତି ଜଗନ୍ନାଥ ଧାମ କେବଳ ପୁରୀ ।
ଏବେ ଆସନ୍ତୁ ଜାଣିବା ପୁରୀ ଧାମ ଜଗନ୍ନାଥ ମନ୍ଦିର ବିଷୟରେ ଓ ଚାରି ଧାମ ବିଷୟରେ । ଆର୍ଯ୍ୟାବର୍ତ୍ତ ଭାରତବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଧାମ ରାମେଶ୍ୱର, ପୁରୀ, ବଦ୍ରିନାଥ ଓ ଦ୍ୱାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ – ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ୱର ଏବଂ ଦ୍ୱାରକା ସାଗର କୂଳରେ ଓ ବଦ୍ରିନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ୱରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ୱାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି । କାର୍ତ୍ତିକଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରିନାଥ ମନ୍ଦିର ଦ୍ୱାର ବନ୍ଦ ରହେ ।
ଅଦ୍ୱୈତ ମତବାଦର ପ୍ରଣେତା ଆଦି ଶଙ୍କରାଚାର୍ଯ୍ୟ ସ୍ୱପ୍ରତିଷ୍ଠିତ ସନ୍ନ୍ୟାସୀ ସଂପ୍ରଦାୟକୁ ଦଶ ଭାଗରେ ଯଥା- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ପୁରୀ, ଭାରତୀ ଓ ସରସ୍ୱତୀ, ବିଭକ୍ତ କରି ସେମାନଙ୍କ ବ୍ୟବହାର ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ ତାଙ୍କର ଚାରିଜଣ ଶିଷ୍ୟଙ୍କ ଅଧୀନରେ ସ୍ଥାପନ କରିଥିଲେ ଓ ପ୍ରତ୍ୟେକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ । ସେହି ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀ ମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ । ଦଶନାମୀ ସନ୍ନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉକôୃଷ୍ଟ । ପୂର୍ବରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପୀଠାଧିକାରୀଙ୍କ ନାମ ପଦ୍ମପାଦାଚାର୍ଯ୍ୟ । ବନ ଓ ଅରଣ୍ୟ ନାମଧାରୀ ସନ୍ନ୍ୟାସୀମାନଙ୍କ ନିମିତ୍ତ ଏହି ମଠଟି ଉକôୃଷ୍ଟ । ଉତ୍ତରରେ ବଦରିକାଶ୍ରମସ୍ଥିତ ଯୋଶୀ ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ ତ୍ରୋକଟାଚାର୍ଯ୍ୟ । ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉକôୃଷ୍ଟ । ଦକ୍ଷିଣରେ ଶୃଙ୍ଗେରୀ ଯଥା ଋଶ୍ୟଶୃଙ୍ଗାଶ୍ରମ ମଠରେ ପୀଠାଧିକାରୀଙ୍କ ନାମ ସୁରେଶ୍ୱରାଚାର୍ଯ୍ୟ । ପୁରୀ, ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀ ମାନଙ୍କ ବାସାର୍ଥେ ଏହା ଉକôୃଷ୍ଟ ।
ଜଗନ୍ନାଥ ମନ୍ଦିର ଯାହା ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ ଯାହାକୁ ଅଗ୍ନିକୋଣରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବସôଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି । ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ । ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି । ମେଘନାଦ ପାଚେରୀ ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି ।
ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି । ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୁଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରନôତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରନôଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭିରା ବା ଜଗମୋହନ ଦିଗକୁ ରହିଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭିରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବା ନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହିତ । ମନ୍ଦିରର ତିନି ପାର୍ଶ୍ୱରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତୀ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ୱଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦିଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଛି । କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ । ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।
ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ଦେଉଳ ଚାରିପଟେ "ମେଘନାଦ ପାଚେରୀ" ଯାହା ୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ରୁ ୨୪ଫୁଟ ଉଚ୍ଚତା ରହିଛି । ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ’ ଯାହା ୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ ନାମକ ଆଉ ଏକ ପାଚେରୀ ରହିଛି । କୂର୍ମ ପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଦେଉଳଟି ଚାରି ଭାଗରେ ବିଭକ୍ତ । ବିମାନ ଯାହାକୁ ମୁଖ୍ୟ ମନ୍ଦିର ବା ଗର୍ଭଗୃହ କୁହଯାଏ । ତାପରେ ଜଗମୋହନ ବା ମୁଖଶାଳା । ତାପରେ ନାଟମଣ୍ଡପ ଓ ଶେଷରେ ଭୋଗମଣ୍ଡପ । ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମନସିଂହଙ୍କ ପନôୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ । ୩୮ ଫୁଟ ୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ଭ ବିଶିଷ୍ଟ ମୁକ୍ତି ମଣ୍ଡପ ନିର୍ମାଣ କରାଯାଇଥିଲା । ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରନôସିଂହାସନ ଯାହା ୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ । କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରନôବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ ଯାହା ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତି ଓ ଭୂଦେବୀ ଯାହା ସରସ୍ୱତୀଙ୍କ ରୂପା ମୁର୍ତ୍ତି ମଧ୍ୟ ରନôସିଂହାସନାସୀନ । ରନôସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି । ଶ୍ରୀମନ୍ଦିର ରୋଷ ଘରେ ସ୍ୱତ୍ତ୍ୱଲିପି ମୁତାବକ ୨୪୦ଟି ଚୁଲି ଅଛି ଓ ସେଥିମଧ୍ୟରୁ ଚୁଲି କୋଠ ଭୋଗ ଚୁଲି ରୂପେ ପରିଚିତ । ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦେ୍ଦଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ । ଏହିପରି ଆହୁରି ବହୁତ କିଛି ରହିଛି ପବିତ୍ର ପୁରୀ ଧାମରେ ।
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦