ମନ୍ଥର ଗତିରେ ଅଚୁ୍ୟତାନନ୍ଦ ମନ୍ଦିର ନିର୍ମାଣ

ନିଶ୍ଚିନ୍ତକୋଇଲି :  ଶ୍ରଦ୍ଧାଳୁମାନଙ୍କ ବହୁ ନିବେଦନ ପରେ ବିଗତ ସରକାରଙ୍କ ସମୟରେ ଭବିଷ୍ୟତ ମାଳିକା ରଚୟିତା ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ନୂତନ ମନ୍ଦିର ଓ ତାଙ୍କର ଆରାଧ୍ୟ ଗୋପୀନାଥଜୀଉଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨୫ କୋଟି ଟଙ୍କା ଅନୁଦାନ କରାଗଲା । ଏହି ଅର୍ଥରେ ଚର୍ତୁପାଶ୍ୱର୍ରେ ଥିବା କିଛି ଦୋକାନ ବଜାର ଗୃହକୁ କ୍ଷତିପୂରଣ ଦିଆଯିବା ସହ ଅବଶିଷ୍ଟ ଅର୍ଥରେ ମହାପୁରୁଷ ଅଚୁ୍ୟତାନନ୍ଦ ଓ ଗୋପୀନାଥଜୀଉଙ୍କ ମନ୍ଦିର ନିର୍ମାଣ ପାଇଁ ଓଡିଶା ଓ ବିବିସି ପାଖରୁ ଜଣେ ଠିକାଦାର କାମ ପୂର୍ଣ୍ଣାଙ୍ଗ କରିବା ପାଇଁ ଚୁକ୍ତିବଦ୍ଧ ହେଲେ । ଓବିସିର ନିଦେ୍ର୍ଦଶକ୍ରମେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କର କେତୋଟି ପିଲାର ହେବ । ପିଲାର ଗୁଡିକ କେତେ ଗଭୀରତାରୁ ଉଠାଯିବ, କେତେ ମୋଟେଇ ରଡ୍ ଓ ସିମେଣ୍ଟ କ’ଣ ବ୍ୟବହାର କରାଯିବା ସହିତ ମନ୍ଦିରର ଉଚ୍ଚତାର ସଂପୂର୍ଣ୍ଣ ବିବରଣୀକୁ ସାର୍ବଜନୀନ କରିବାର ନିଦେ୍ର୍ଦଶ ଥିବା ସହିତ ଚର୍ତୁପାଶ୍ୱର୍କୁ କିପରି ପରିକ୍ରମା କାର୍ଯ୍ୟକ୍ରମ କରାଯିବାର ନିଦେ୍ର୍ଦଶ ଥିଲେ ମଧ୍ୟ ଠିକାଦାର ସେସବୁର ସୂଚନା ସର୍ବସାଧାରଣରେ ପ୍ରଦାନ କରିନଥିବାରୁ ସାଧାରଣ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ସୂଚନାଯୋଗ୍ୟଯେ, ଗତ ବିଜେଡି ସରକାରଙ୍କ ସମୟରେ ମନ୍ଦିର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଭିକେ ପାଣ୍ଡିଆଙ୍କ ତତ୍ତ୍ୱାବଧାନାରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଦ୍ୱାରା ଶିଳାନ୍ୟାସ କରିଥିଲେ । ସେ ସମୟରେ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ମାହାଙ୍ଗା ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ । ଶିଳାନ୍ୟାସ କରିବାର ୧ବର୍ଷ ବିତିଯାଇଥିଲେ ମଧ୍ୟ ଠିକାଦାରଙ୍କ ପକ୍ଷରୁ କେବଳ ୬/୭ଟି ପିଲାରରା ଫାଉଣ୍ଡେସନ ପଡିଥିବା ବେଳେ ଗୋପୀନାଥଜୀଉ ମନ୍ଦିର ପାଇଁ ଏକ ବିରାଟ ଗର୍ତ୍ତ ଖୋଳାଯାଇ ସେମିତି ପଡି ରହିଛି । ଅପରପକ୍ଷରେ ଏଠାରେ ସର୍ବସାଧାରଣଙ୍କ ଅବଗତି ପାଇଁ କୌଣସି ସୂଚନା ଫଳକ ସୂଚିତ କରାଯାଇନଥିବା ବେଳେ ଆଗାମୀ ୧୧ ତାରିଖରେ ଦେବସ୍ନାନ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବାର ଥିବାରୁ ଏହି ପ୍ରକଳ୍ପ କାମ ପାଇଁ ବହୁ ଭକ୍ତ ନାନା ପ୍ରକାର ହଇରାଣ ହରକତ ହେବାର ସମ୍ଭାବନା ଦେଖାଦେଇଛି । କାର୍ଯ୍ୟ କରାଯାଉଥିବା ବିଭାଗ ପକ୍ଷରୁ ବେଳହୁଁ ସାବଧାନ ନ ହେଲେ ଭବିଷ୍ୟତରେ ଏଠାରେ ବିରାଟବଡ ଅଘଟଣକୁ ଏଡାଇ ଦିଆଯାଇ ନପାରେ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।