ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

 ଛତ୍ରପୁର : ଗଞ୍ଜାମ ଜିଲ୍ଳାରେ ବଢୁଛି ସରକାରୀ ଅର୍ଥ ହରିଲୁଟ ବଢିବାରେ ଲାଗିଛି ଏହାର ଏକ ନମୁନା ଦେଖିବାକୁ ମିଳିଛି ଛତ୍ରପୁର ଅଞ୍ଚଳରେ । ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ଅଳ୍ପ ଟିକିଏ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି,ଏପରି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ସଦର ମହାକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଗ୍ରାମ ନିକଟ ବଡ଼ ମାଧପୁର ଅଞ୍ଚଳରେ । ଅଞ୍ଚଳର ୩ନଂ ଉଠାଜଳସେଚନ ପମ୍ପ କାର୍ଯ୍ୟ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପଦାରେ ପଡିଛି, କାର୍ଯ୍ୟ ନିମ୍ନମାନର ସହ ଅନିୟମିତତା ହୋଇଥିବା ଅଞ୍ଚଳର ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ଅଞ୍ଚଳବାସୀ ବାରମ୍ବାର ଉଚ୍ଚÿ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ । ଯାହା ଫଳରେ ଚାଷୀ ମାନେ ଭିଜିଲାନ୍ସଙ୍କ ତଦନ୍ତ ଦାବୀ କରିଛନ୍ତି । 
ବିଜରଙ୍ଗୀ ପାଣିପଂଚାୟତର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଅଜଣାତ ରେ ମଧ୍ୟ ଠିକାଦାର ଏବଂ ଯନ୍ତ୍ରୀ ମନମୁତାବକ କାମ କରିଛନ୍ତି ବୋଲି ପାଣି ପଂଚାୟତ ର ସଭାପତି ମହନ୍ତର ନାହାକ ଏବଂ କୋଷାଧ୍ୟକ୍ଷ ପ୍ରଣୟ ପ୍ରଧାନ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବାଅନୁଯାୟୀ,ବରଙ୍ଗ ଗ୍ରାମ ରେ ଥିବା ବଡ଼ମାଧପୁର ୩ନଂ ଉଠାଜଳସେଚନ ପ୍ରକଳ୍ପଟି ଗତ ୨୦୧୩ ମସିହା ଫାଇଲିନ ରେ ଭାଙ୍ଗି ଖରାପ ହୋଇଯାଇଥିଲା ।  ଗ୍ରାମର ଚାଷୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଜଣାଇବା ପରେ ୨୦୨୩ ମସିହାରେ ପମ୍ପଟି ର ମରାମତି କରିବା ପାଇଁ ସରକାରଙ୍କ ତରଫରୁ ୧୩, ୭୨, ୦୦୦ ଟଙ୍କା ଆର୍ଥକ ମଞ୍ଜୁରୀ ହୋଇଥିଲା । କିନ୍ତୁ ଏହାର କାମ ଅଞ୍ଚଳବାସୀଙ୍କୁ ନଜଣାଇ ଠିକାଦାର ସେଠାରେ ନିମ୍ନମାନର କାମ କରି ସମସ୍ତ ଅର୍ଥ ହରି ଲୁଟ କରିଛନ୍ତି । କାର୍ଯ୍ୟ କେତେ ଠିକ ହୋଇଛି ତାହା ତଦାରଖ ନକରି ବିଭାଗୀୟ ଅଧିକାରୀ ମାନେ ବିଲକରି ଦେଇଛନ୍ତି । ଯାହାଫଳରେ ତିଆରି ହେବା ଦିନଠୁ ୫ ବର୍ଷ ହେଲା ଅଚଳ ହୋଇ ପଡିଛି । ଏହାର ସଠିକ ତଦନ୍ତକରି ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବୀ ହୋଇଛି ।