କୋମାରେ ଛତ୍ରପୁର ପଶୁ ଚିକିତ୍ସାଳୟ 

ଛତ୍ରପୁର : ଜୀବ, ଜନ୍ତୁ, ପ୍ରାଣୀ ଓ ଉଦ୍ଭିଦ ଭଳି ବିଭିନ୍ନ ବସ୍ତୁକୁ ନେଇ ଭଗବାନ ସୃଷ୍ଟି ରଚନା କରିଛନ୍ତି । ସଭିଏଁ ସଭିଙ୍କ ପାଇଁ ଆହାର ଖୋଜିବାରେ ଲାଗି ପଡିଛନ୍ତି । ଯେପରି ଆମେ ବୃକ୍ଷକୁ ପାଣି ଦେଲେ ବୃକ୍ଷ ଆମକୁ କାଠ, ଫଳ, ଫୁଲ ଆଉ ଛାଇ ପ୍ରଦାନ କରେ ସେମିତି ମନୁଷ୍ୟ ମଧ୍ୟ ଉଦ୍ଭିଦକୁ ବଞ୍ଚାଇ ରଖିବା ଜରୁରୀ କ୍ଷ ସେହିପରି ସୃଷ୍ଟିରେ ଜନ୍ମ ନେଉଥିବା ସମସ୍ତ ପ୍ରାଣୀ ମାନେ ମଧ୍ୟ ନିଜ ନିଜ ପାଇଁ ବଂଚିବାର ରାହା ସୃଷ୍ଟି କରିଛନ୍ତି କ୍ଷ ମନୁଷ୍ୟ ର ସ୍ୱାସ୍ତ୍ୟ ରେ ଅବନତି ଘଟିଲେ କିମ୍ବା ସ୍ୱାସ୍ତ୍ୟ ଖରାପ ହେଲେ ସେ ଯେପରି ଚିକିତ୍ସାଳୟ ଉପରେ ନିର୍ଭର କରେ ଠିକ ସେମିତି ପଶୁଟିଏ ମଧ୍ୟ ତାର ସ୍ୱାସ୍ଥ୍ୟରେ ଅବନତି ଘଟିଲେ ଚିକିତ୍ସାଳୟ କିମ୍ବା ଡାକ୍ତରଙ୍କ ଉପରେ ନିର୍ଭର କରିଥାଏ କ୍ଷ ପଶୁଟିଏ କଥା କହିପାରୁନଥିଲେ ମଧ୍ୟ ତାର ଚିକିତ୍ସା ପାଇଁ ମନୁଷ୍ୟ ଜାତି ମଧ୍ୟ ବେଶ ଆକୁଳ । ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍ଥାନେ ସ୍ଥାନେ ପଶୁ ଚିକିତ୍ସାଳୟ ଖୋଲିବା ସହିତ ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧା ଯୋଗାଇ ଦେଇ ଆସିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ପଶୁଙ୍କ ପାଇଁ ଚିକିତ୍ସାଳୟ ଖୋଲା ଯାଇଥିଲେ ମଧ୍ୟ ତାହା ଏବେ କୋମାରେ ରହିଥିବା ଦେଖିବାକୁ ମିଳିଛି । ନା ଅଛନ୍ତି ଡାକ୍ତର ନା ଅଛି ଚିକିତ୍ସା ପାଇଁ ବ୍ୟବହୃତ ସୁବିଧା ସୁଯୋଗ । ଯାହାଫଳରେ ସହରରେ ବୁଲୁଥିବା ପଶୁଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି । କେଉଁଠି କେଉଁଠି କୁକୁର ବିଲେଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବହୁଥର ଡାକିବା ପରେ ଡାକ୍ତର ଆସନ୍ତି କିନ୍ତୁ ସୁବିଧା ସୁଯୋଗ ଅଭାବରୁ ତାର ଚିକିତ୍ସା ନ କରିପାରି ଫେରି ଯାଉଛନ୍ତି । ଆଉ କେଉଁଠି ତ ପଶୁ ପକ୍ଷୀଙ୍କ ଶବ ରାସ୍ତା କଡରେ ପଡିରହୁଥିବା ଦେଖିବାକୁ ମିଳିଛି । ସେହିପରି ଜାତୀୟ ରାଜପଥରେ ପଡିରହିଥିବା ପଶୁ ପକ୍ଷୀଙ୍କ ଶବ ଉଦ୍ଧାର କରିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଦେଖିବାକୁ ମିଳୁଛି । ଏସବୁ କୁ ଦୃଷ୍ଟିରେ ରଖି ଛତ୍ରପୁର ସହରରେ ଥିବା ପଶୁ ଚିକିତ୍ସାଳୟକୁ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତରଙ୍କ ସମେତ କର୍ମଚାରୀ ନିୟୋଜିତ କରିବା ଏବଂ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଦାବି ହେଉଛି ।