କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଅଭିଭାବକ ସଂଘ
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ କରିଛନ୍ତି ବିଜେଇଏମ ସ୍କୁଲ ଅଭିଭାବକ ସଂଘ । ବିଜେଇଏମ ସ୍କୁଲରେ ହେଉଥିବା ଅନିୟମିତତାକୁ ନେଇ ଆଲୋଚନା କରିଛନ୍ତି ସଂଘର ୫୦ ଜଣିଆ ପ୍ରତିନିଧି ଦଳ । ପ୍ରତ୍ୟେକ ବର୍ଷ ୨୦% ବେଆଇନ ଫି ବୃଦ୍ଧି ବନ୍ଦ କରିବା ପାଇଁ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ବର୍ଷ ୨୦% ଫି ବୃଦ୍ଧି କଥା ଶୁଣି ଆଶର୍ଯ୍ୟ ହୋଇ ପୂର୍ବ ଅଭିଯୋଗ ତଦନ୍ତ ସ୍ଥିତି ପଚାରି ଥିଲେ । ବିଧାୟକ ବାବୁ ସିଂ ନିଜେ ସ୍କୁଲ ଯାଇ ପ୍ରଥମ ପ୍ରଯାୟ ଆଲୋଚନା କରିବା ସମ୍ପର୍କରେ ଅବଗତ ହୋଇଥିଲେ । ସିବିଏସଇ ଗାଇଡ ଲାଇନକୁ ସ୍କୁଲ ମାନୁ ନଥିବାରୁ, ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସିବିଏସଇ ଦ୍ୱାରା ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମନ୍ତ୍ରୀଙ୍କୁ ଦାବୀ କରିଥିଲେ ।
ଏଥିସହ ବକ୍ସି ଜଗବନ୍ଧୁ ଏଜୁକେଶନ ସୋସିଇଟୀ କୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ସଂଘ ଦାବୀ କରିଛି । ଏହି ସ୍କୁଲ ଦୁଇଟି ପରିଚାଳନା ସୋସାଇଟୀର ସାର୍ବଜନିନ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବୀ କରାଯାଇଥିଲା । ଦୁଇଟି ଶୋଷାଇଟିର ସ୍କୁଲରେ କାମ କଣ ବୋଲି ମନ୍ତ୍ରୀ ଜାଣିବା ପାଇଁ ଚାହିଁଥିଲେ । ମିଥ୍ୟା କାଗଜ ପତ୍ର ଜରି ଆରେ କୋଟି କୋଟି ଟଙ୍କାର ମହା ଦୁର୍ନୀତି ହେଇ ଥିବାର ଅଭିଯୋଗ କରିବା ସହ ଇଡି ଦ୍ୱାରା ତଦନ୍ତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ମନ୍ତ୍ରୀ ଖୁବ୍ ଶୀଘ୍ର ଦୃଷ୍ଟାନ୍ତ ମୂଳକ ପଦକ୍ଷେପର ପ୍ରତିଶୃତି ଦେଇଥିଲେ । ଏବଂ ସିବିଏସଇ ନିୟମକୁ କଡା କଡି ଲାଗୁ ପାଇଁ ପଦକ୍ଷେପ ନେବାକୁ କହିଥିଲେ ।