‘ଭିବି-ଜି ରାମ ଜି’କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ଆଇନ୍‌ରେ ପରିଣତ ହେଲା ବିଲ୍‌ 

‘ଭିବି-ଜି ରାମ ଜି’କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ଆଇନ୍‌ରେ ପରିଣତ ହେଲା ବିଲ୍‌ 

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବିକଶିତ ଭାରତ- ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବା ଭିବି-ଜି ରାମ ଜି ବିଲକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଫଳରେ ବିଲଟି ଆଇନରେ ପରିଣତ ହୋଇଛି । ସଂସଦରେ ବହୁ ବିତର୍କ ପରେ ଏହା ପାରିତ୍‌ ହୋଇଥିଲା । ମହାତ୍ମାଗାନ୍ଧୀଙ୍କ ନାମ ଉଠିବାକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିଲା । ଏହି ନୂଆ ଆଇନ୍‌ରେ ସର୍ବନିମ୍ନ ଶ୍ରମଦିବସ ୧୦୦ରୁ ୧୨୫କୁ ବୃଦ୍ଧି ପାଇଛି । ସେହିପରି ପୂର୍ବ ଆଇନ୍‌ରେ କେନ୍ଦ୍ର ସରକାର ୭୫ ପ୍ରତିଶତ ମଜୁରୀ ପ୍ରଦାନ କରୁଥିଲେ । ଏବେ କିନ୍ତୁ କେନ୍ଦ୍ର ଏଥିପାଇଁ ୬୦% ଓ ରାଜ୍ୟ ୪୦% ପ୍ରଦାନ କରିବେ। ଯାହାଫଳରେ ଯୋଜନାର ସଠିକ୍‌ କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ଆଶା କରାଯାଉଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଫସଲ ଅମଳ ସମୟରେ ୬୦ ଦିନ ପର୍ଯ୍ୟନ୍ତ ଏହି ଯୋଜନାରେ କୌଣସି କାର୍ଯ୍ୟ ମିଳିବ ନାହିଁ । ଫଳରେ କୃଷି କ୍ଷେତ୍ର ପାଇଁ ହେଉଥିବା ଶ୍ରମିକ ସଂକଟ ସମସ୍ୟା ଦୂରୀଭୂତ ହୋଇପାରିବ ।