ଘୋଷଣା ହେଲା ଟି-୨୦ ବିଶ୍ୱକପ ପାଇଁ ଖେଳାଳୀଙ୍କ ନାଁ : ବାଦ୍ ପଡିଲେ ଗିଲ୍
ମୁମ୍ବାଇ : ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଖେଳାଳୀଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ସୂର୍ଯ୍ୟାକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ ଗିଲ୍। ଟିମ୍ ଇଣ୍ଡିଆର ନୂତନ ଭାବେ ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି ।
ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ ଉପଅଧିନାୟକ ହୋଇଛନ୍ତି । ତାଲିକାରେ ସଞ୍ଜୁ ସାମସନ ଓ ଈଶାନ କିଶନ ଦୁଇ ୱିକେଟ କିପର ଭାବେ ଘୋଷଣା ହୋଇଛନ୍ତି । ଟିମରେ ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇଛନ୍ତି ।
Samir Kumar Rout