ଭୋଟର ଆଇଡ଼ିର ହେବ ଆଧାର ଲିଙ୍କ୍


 ଭୁବନେଶ୍ୱର: ଏଣିକି ଭୋଟର ଆଇଡ଼ି ସହ ମଧ୍ୟ ଆଧାର ଲିଙ୍କ୍ ହେବ  । ଏ ନେଇ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି  । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଧାର ଓ ଭୋଟର ପରିଚୟପତ୍ର ସଂଯୋଗ ନେଇ ନିର୍ବାଚନ କମିଶନର ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ୟୁଆଇଡିଏଆଇର ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା  । ଭୋଟର ପରିଚୟ ପତ୍ର ସହ ଆଧାରକୁ କିପରି ଲିଙ୍କ୍ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା ହୋଇଛି  । ଆଗାମୀ ଦିନରେ ନିର୍ବାଚନ ଆୟୋଗ ଏବଂ ୟୁଆଇଡିଏଆଇର ଅଧିକାରୀମାନେ ଏକାଠି ବସି ଭୋଟର ପରିଚୟ ପତ୍ର ଓ ଆଧାର ସଂଯୋଗ ଯୋଜନାକୁ କିପରି ଆଗକୁ ବଢ଼ାଇପାରିବେ ସେ ନେଇ ସମସ୍ତ ବୈଷୟିକ ଦିଗ ଉପରେ ଆଲୋଚନା କରାଯିବ  ।