ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ସୀମାନ୍ତରେ ହାଇ ଆଲର୍ଟ ଜାରି

 ମାଲକାନଗିରି: ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଯାଇଛି  । ମାଲକାନଗିରି ଜିଲ୍ଲାରେ ଏହା ର ପ୍ରଭାବ ଶୂନ୍ୟ ହୋଇପଡିଥିବା ବେଳେ ସୀମାନ୍ତ ଛତିଶଗଡ଼ ରାଜ୍ୟ ମାଓ ପ୍ରବଣ ଅଞ୍ଚଳ ର ଦୁର୍ଗମ ଘଞ୍ଚ ଜଙ୍ଗଲ ରେ ଲୁଚି ଛପି ମାଓବାଦୀ ଏହି ଦିବସ ପଲିଥିବାର ଜଣା ପଡିଛି । ମାଓବାଦି ମାନେ ପିଏଲଜିଏ ସପ୍ତାହ ଅବସରରେ ସୀମାନ୍ତବର୍ତି ଅଞ୍ଚଳର ବିଭିନ୍ନସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇ ଏହି ଦିବସ ପାଳିବା ପାଇଁ ଆହ୍ୱାନ ଦେଇଛନ୍ତି । ମାଲକାନଗିରି  ଛତିଶଗଡ଼ ରାଜ୍ୟ ସୀମାନ୍ତ ସିଲକରାଯାଇ କଢାସୁରକ୍ଷା ବ୍ୟବସ୍ଥା କରାଯାଇଛି  । ଗତ କିଛି ବର୍ଷ ତଳେ ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ଅବଂଳ କୂ ଚଳା ଚଳକରୁଥିବା ସମସ୍ତ ବସ ଗୁଡିକ ବନ୍ଦ କରିଦିଆ ଯାଉଥିଲା, ଏବେ ମାଓବାଦୀଙ୍କ ଦବଦବା କମିବା ପରେ ସେ ଅଞ୍ଚଳକୁ ସ୍ୱାଭାବିକ ଭାବେ ବସ ଓ ଅନ୍ୟାନ ଯାନବାହନ ନିର୍ଭୟ ରେ ଚଳପ୍ରଚଳ ହେଉଛି  । ମାଓବାଦୀଙ୍କ ପିଏଲଜିଏ ସପ୍ତାହପାଳନ ବେଳେ କୈଣସି ହିଂସାକାଣ୍ଡର ଆଶଙ୍କା କୁ ଆଖି ଆଗରେ ରଖି ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା, ଓଡିଶା ସୀମାନ୍ତ ସିଲ୍ କରା ଯାଇ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି  । ବିଭିନ୍ନ ମାଓପ୍ରବଣ ଅଚଂଳରେ ବିଏସଏଫ,ଏସଓଜି ଜବାନ ଓ ଜିଲ୍ଲାପୁଲିସ ପକ୍ଷରୁ ଯୋରଦାର କୁମ୍ବି ଅପରେସନ, ପେଟ୍ରୋଲିଂ ଜାରି ରହିଛି ।