ନଦୀରେ ବୁଡି ବୃଦ୍ଧା ମୃତ 

ବ୍ରହ୍ମବରଦା : ମଙ୍ଗଳବାର ସକାଳେ  ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତୁ୍ୟ ଘଟିଛି । ମୃତ ବୃଦ୍ଧା ଜଣକ ବ୍ରହ୍ମବରଦା ଥାନା ଅଧିନ ରୁଦ୍ରପୁର ପଞ୍ଚାୟତ ବିବେକାନନ୍ଦ ଦାସଙ୍କ ପନôୀ ସୁମା ଦାସ (୭୦) ବୋଲି ଜଣାପଡିଛି ।  ଖବର ମତେ ଆଜି ସକାଳ ୧୦ ଟାରେ  ସୁମା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇ ନିଖୋଜ  ହୋଇଯାଇଥିଲେ । ପରିବାର ଲୋକେ ନଦୀରେ ଖୋଜାଖୋଜି କରି ନ ପାଇବାରୁ ବ୍ରହ୍ମବରଦା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବ୍ରହ୍ମବରଦା ପୁଲିସ ଓ ବରୁଆଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ସୁମାଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରିଥିଲେ । ଏ ନେଇ ବ୍ରହ୍ମବରଦା ପୁଲିସ କେସ୍ ନଂ ୬/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଥିବା ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।