ମଧୁବାବୁଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି
ସାଲେପୁର : ସାଲେପୁର ମଧୁମଣ୍ଡପ ଠାରେ ମଧୁବାବୁ ଜୟନ୍ତୀ କମିଟି ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଧୁବାବୁ ଜୟନ୍ତୀ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ଯୋଗ ଦେଇ ଚଳିତ ମାସ ୨୫ତାରିଖରୁ ୨୮ତାରିଖ ୪ଦିନ ବ୍ୟାପୀ ମଧୁବାବୁଙ୍କ ଜୟନ୍ତୀକୁ ମହା ଆଡମ୍ବରରେ ପାଳନ କରିବାପାଇଁ ସ୍ଥିର କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ନାମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିମାନଙ୍କୁ ମଧୁବାବୁ ସମ୍ମାନରେ ସମ୍ମାନିତ କରାଯିବା ସହ ପଞ୍ଚାୟତ ରାଲି, ଖେଳକୁଦ ପ୍ରତିଯୋଗିତା ଓ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଥିଲା । ସେହିପରି ଚଳିତ ବର୍ଷ ମଧୁବାବୁଙ୍କ ଜୟନ୍ତୀ ପାଳନକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାପାଇଁ ଗୁରୁତ୍ୱ ଦେବା ସହ ଏହି ଉତ୍ସବରେ ଯେପରି କେହି ନିଶା ଦ୍ରବ୍ୟ ସେବନ ନକରନ୍ତି, ସେ ନେଇ ଶ୍ରୀ ବେହେରା ଉପସ୍ଥିତ ସଦସ୍ୟମାନଙ୍କୁ ଶପଥ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ପଣ୍ଡା, କମିଟିର ସଂପାଦକ ଅଶ୍ୱିନୀ କୁମାର ଦାସ, ଆଇନ୍ଜୀବୀ ପ୍ରବୀଣ କାନୁନଗୋ, ଭାସ୍କର ବେହେରା, ପୂର୍ବତନ ସରପଞ୍ଚ ଗଣେଶ୍ୱର ରାଉତ, ସରୋଜ କୁମାର କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଜମଲ ଖାଁ, ଧ୍ରୁବ ଚରଣ ମହାନ୍ତି, ସମ୍ରାଟ କେଶରୀ ଲେଙ୍କା, ପୂର୍ଣ୍ଣିମା ବସ୍ତିଆ, ବିନୀତ ରଂଜନ ବିଶ୍ୱାଳ, ସନ୍ତୋଷ କୁମାର ଭୂୟାଁ, ବିଘ୍ନେଶ୍ୱର ସାହୁ, ଆଶୁତୋଷ ପଟ୍ଟନାୟକ, ଚନ୍ଦ୍ରଶେଖର ମହାନ୍ତି, ରାମଚନ୍ଦ୍ର ସାହୁ, ଅସିତ୍ ପ୍ରଧାନ, ଫର୍ଜନ ଖାଁ, ବିକ୍ରମ କେଶରୀ ଭୂୟାଁ, ସମରଜିତ୍ ସ୍ୱାଇଁ, ସଲିଳ ରଂଜନ ନାୟକ, ଚିତ୍ତରଂଜନ ନନ୍ଦୀ, ଅମ୍ବିକା କରଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।