ଧୀରେନ୍ଦ୍ର ମୂଳିଆଙ୍କ ସ୍ମୃତିସଭା

କଟକ : ପିଠାପୁର ସାହିର ପୂର୍ବତନ ଅଧିକାରୀ ଧୀରେନ୍ଦ୍ର ମୂଳିଆ (କୁଲୁ)ଙ୍କ ପିଠାପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ତଥା ଯୁବନେତା ସୁଦିପ୍ତ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ କଟକ ନଗର ଜିଲ୍ଲା ବିଜେପି ସଭାପତି ତଥା ବରିଷ୍ଠ ନେତା ଲଲାଟେନ୍ଦୁ ବଡୁ ଯୋଗ ଦେଇ ଧୀରେନ୍ଦ୍ର ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ଗ୍ରାମର ସଭାପତି ସରୋଜ ଜେନା, ସଂପାଦକ ନିରଞ୍ଜନ ଖୁଣ୍ଟିଆ କୋଷାଧ୍ୟକ୍ଷ ପୀୟୁଷ ମହାପାତ୍ର, ଅଧିକାରୀ ଫଗୁମଣି ରାଉତ, ମହନ୍ତ କାଳନ୍ଦୀ ଖୁଣ୍ଟିଆ, କଟୁଆଳ ଜୟନ୍ତ ରାଉତ୍, ବାଇମୁଣ୍ଡି ମଣ୍ଡଳର ସଭାପତି କାମାକ୍ଷା ପ୍ରସାଦ ମିଶ୍ର ସମେତ ଗ୍ରାମର ବରିଷ୍ଠ ମୁରବି ନାରାୟଣ ସ୍ୱାଇଁ, ରମେଶ ଚନ୍ଦ୍ର ରାଉତ, ଶୈଳେନ୍ଦ୍ର ମହାପାତ୍ର, ନିରଞ୍ଜନ ସ୍ୱାଇଁ,ଚଗଲା ରାଉତ, ମାନସ ଚନ୍ଦ୍ର ରାଉତ ,ଜୟଦେବ ରାଉତ, ନାରୁ ଦଳେଇ, ସଞ୍ଜୟ ପାଇଟାଲ, ରଞ୍ଜନ ଜେନା,ପପୁ ଦଳେଇ, ବାପେନା ବେହେରା, ନାରାୟଣ ପୃଷ୍ଟି, ନଗେନ ମହାପାତ୍ର, ଅକ୍ଷୟ ସ୍ୱାଇଁ, ପ୍ରହଲ୍ଲାଦ ସ୍ୱାଇଁ, ସପନ ବେହେରା, ମନୋଜ କୁମାର ରାଉତ, ମନୋଜ କୁମାର ମହାନ୍ତି, ରାକେଶ ପୃଷ୍ଟି, ମିତୁ ପାଇଟାଲ ଓ ଇଶ୍ୱର ଚନ୍ଦ୍ର ରାଉତ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ମୂଳିଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ଶାନ୍ତି ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।