ମଧୁମେହ ନିିୟନ୍ତ୍ରଣ କରିବ ଏସବୁ ଖାଦ୍ୟ

ମଧୁମେହ ନିିୟନ୍ତ୍ରଣ କରିବ ଏସବୁ ଖାଦ୍ୟ

ଡାଇବେଟିସ୍‌ ବା ମଧୁମେହ ରୋଗୀ ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ନଥାନ୍ତି । ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ ତିଆରି ବନ୍ଦ ହୋଇଯାଏ। ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ। ନ୍ୟୁଟ୍ରେସନ ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍‌ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍‌ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଚିନାବାଦାମ, ଅଲମଣ୍ଡ, କାଜୁ, ଅଖରୋଟ, ପିସ୍ତା ପରି ଡ୍ରାଏଫ୍ରୁଟ୍ସରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍ସ, କ୍ୟାଲସିୟମ ଏବଂ ଅନସ୍ୟାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ ମିଳିଥାଏ।

  • ଟାଇପ-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଚିନାବାଦାମ ବହୁତ ଉପକାରୀ ଅଟେ। ଚିନାବାଦାମରେ ପ୍ରଚୁରମାତ୍ରାରେ ପ୍ରୋଟିନ୍‌ ଏବଂ ଫାଇବର ଥାଏ।
  • ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ଖାଦ୍ୟରେ କାଜୁ ସାମିଲ ଆବଶ୍ୟକ। ଏହା ରକ୍ତଚାପ ସାମାନ୍ୟ ସ୍ତରକୁ ଆଣିବାରେ ସହାୟକ ହୋଇଥାଏ। ସେହିପରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ କାଜୁ ଲାଭଦାୟକ ହୋଇଥାଏ।
  • ଡାଇବେଟିସ୍‌ ରୋଗୀ ଅଲମଣ୍ଡ ଖାଇବା ଆବଶ୍ୟକ। ଅଲମଣ୍ଡ ଖାଇଲେ ଶରୀରରେ ଗ୍ଲୁକୋଜ ସ୍ତର ସାମାନ୍ୟ ରହିଥାଏ।
  • ପିସ୍ତା ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ଥାଏ। ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଫଳ ସହ ପିସ୍ତା ଖାଇବା ଆବଶ୍ୟକ।
  • ଅଖରୋଟ ଖାଇବା ଦ୍ୱାରା ଓଜନ ମଧ୍ୟ କମ୍‌ ହୋଇଥାଏ। ଡାଇବେଟିସ ରୋଗୀଙ୍କ ପାଇଁ ଅଖରୋଟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।