କେଉଁ ଦିଗରେ ଲଗାଇବେ ମନିପ୍ଳାଂଟ

Money Plant

କେଉଁ ଦିଗରେ ଲଗାଇବେ ମନିପ୍ଳାଂଟ

ଘରେ ମନିପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଏ  । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ମନିପ୍ଲାଣ୍ଟ ଲଗାଇବା ସମୟରେ କିଛି ବାସ୍ତୁ ନିୟମ ଅବଲମ୍ବନ କରିବା ଉଚିତ । ନଚେତ୍‌ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିନେବା, ମନିପ୍ଲାଣ୍ଟ ସମ୍ପର୍କିତ କିଛି ବାସ୍ତୁ ନିୟମ ସମ୍ପର୍କରେ...

ଘରର ଉତ୍ତର-ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇବା ଅନୁଚିତ । ଏହି ଦିଗରେ ଲଗାଇବା ଦ୍ୱାରା ଘରେ ଆର୍ôଥକ ଅବନତି ଦେଖାଯାଏ ବୋଲି କୁହାଯାଏ ।

ମନିପ୍ଲାଣ୍ଟ କେବେ ମଧ୍ୟ କାହାକୁ ଉପହାର ସ୍ୱରୂପ ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ସୁଖସମୃଦ୍ଧି ହ୍ରାସ ପାଇଥାଏ ବୋଲି କୁହାଯାଏ ।

ମନିପ୍ଲାଣ୍ଟ ଗଛକୁ ସବୁବେଳେ ମାଟି ନିର୍ମିତ କୁଣ୍ଡ କିମ୍ବା କାଚ ବୋତଲରେ ଲଗାଇପାରିବେ ।

ମନି ପ୍ଲାଣ୍ଟ ସର୍ବଦା ଯେପରି ଉପରକୁ ମାଡ଼ିବ ସେଥିପ୍ରତି ନଜର ଦେବେ । ଏଥିପାଇଁ କିଛି କାଠ କିମ୍ବା ବାଉଁଶର ସାହାଯ୍ୟରେ ଏହି ଲଟାକୁ ଉପରକୁ କରି ରଖନ୍ତୁ । ତଳକୁ ଓହଳି ରହିଥିବା କିମ୍ବା ମାଟି ଉପରେ ପଡି ରହିଥିବା ମନିପ୍ଲାଣ୍ଟ ଉନ୍ନତିରେ ବାଧା ଆଣିଥାଏ ।