ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହାକୁ ଅନୁମୋଦନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଗତ ଶୁକ୍ରବାର (ଫେବୃଆରୀ ୧୪)ରେ ରାଷ୍ଟ୍ରପତିଙ୍କୁ ଏଥିପାଇଁ ଅନୁରୋଧ କରିଥିଲା।
ମନ୍ତ୍ରଣାଳୟ କହିଥିଲା ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ମିଳିଥିବା ସାମଗ୍ରୀ ଆଧାରରେ, ଜୈନଙ୍କ ବିରୋଧରେ ମାମଲାରେ ମାମଲା ରୁଜୁ ଉପରେ ମଞ୍ଜୁରୀ ପ୍ରଦାନ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି।