ଭୁବନେଶ୍ୱରେ ମୋଦି

ଭୁନେଶ୍ୱର : ଭୁବନେଶ୍ୱରେ ପହଞ୍ଚିଲେ ମୋଦି। ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରେ ପହଞ୍ଚିଛନ୍ତି। ସେଠାରୁ ସେ ସିଧା ଗାଡ଼କଣ ବସ୍ତିକୁ ଯିବେ ସେଠାରେ ପିଏମ୍ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ଜନତା ମଇଦାନ ଆସିବେ।
ଅନ୍ୟପକ୍ଷେ ମୋଦିଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା। ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଏନେଇ ପ୍ରସ୍ତୁତି ହୋଇଛି। ତାଙ୍କ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଛନ୍ତି।
ତେବେ ଚଳଚଞ୍ଚଳ ହୋଇ ଉଠିଛି ଜନତା ମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା। ୧୧ଟା ୫୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ପ୍ରାୟ ୧ ଘଣ୍ଟା ରହି ଅପରାହ୍ନ ୧ଟା ୨୦ ମିନଟରେ ନୂଆଦିଲ୍ଲୀଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମଥର ମୋଦି ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିବେ ଏ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି।