ମନ୍ତ୍ରୀଙ୍କୁ ଅଧ୍ୟାପକ-କର୍ମଚାରୀଙ୍କ ସ୍ମାରକପତ୍ର 

 ଦାନଗଦୀ: ଏହି ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ଜୁନିଅର କଲେଜରେ ଅଧ୍ୟାପକ ଓ କର୍ମଚାରୀ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଭେଟି ୪୮୮ବର୍ଗ ଅଧ୍ୟକ୍ଷ ଓ କର୍ମଚାରୀ ମାନଙ୍କ ଚାକିରୀ ସର୍ତାବଳୀ ଓ ପେନ୍ସନ୍ ପ୍ରମୁଖ ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଧ୍ୟକ୍ଷ ଡ. ଅକ୍ଷୟ ପଣ୍ଡାଙ୍କ ନେତୃତ୍ୱରେ ଅଧ୍ୟାପକ ରଞ୍ଜନ ସାହୁ, ଖଗେଶ ଜେନା, ତୋଫାନ ଜେନା, କର୍ମଚାରୀ ବିଜୟ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଦେଖାକରି ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ୪୮୮ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଦୁର୍ଦ୍ଦିନ କଥା ବର୍ଣ୍ଣନା କରି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଏସମ୍ପର୍କରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ନିଶ୍ଚିତ ଦୃଷ୍ଟି ଦେବେ ବୋଲି ଅଧ୍ୟାପକଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।