ଦୁର୍ଗା ମନ୍ଦିରରୁ ଲୁଟ୍

 ବ୍ୟାସନଗର : ଗତ ସୋମବାର ବିଳମ୍ବିତ ରାତିରେ ଚୋରଦା କାଳୀ ମେଲଣ ପଡ଼ିଆରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଏବଂ ଭିତର ଫାଟକ ତାଲା ଭାଙ୍ଗି ହୁଣ୍ଡି ଲୁଟି ନେବା ସହ ମା’ଙ୍କ ଅଳଙ୍କାର ଲୁଟି ନେଇଛନ୍ତି । ଆଜି ସକାଳେ କାଳି ମେଲଣ ପଡ଼ିଆକୁ ପ୍ରତିଦିନ ପରି ପ୍ରାତଃ ଭ୍ରମଣରେ ପହଞ୍ଚôଥିବା ଲୋକେ ପଡ଼ିଆରେ ହୁଣ୍ଡି ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏ ନେଇ ପୂଜକ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଥିଲେ । ଖବର ପାଇଁ ପୂଜକ ଅଭିନାଶ ପଣ୍ଡା ପହଞ୍ଚô ମନ୍ଦିର ଖୋଲିବାକୁ ଗଲାବେଳେ ତାହାର ତାଲା ଭଙ୍ଗାଥିବାର ଦେଖିବାକୁ ପାଇଥିଲେ । ଆଉ ମନ୍ଦିର ଭିତରୁ ମା’ ପରିଧାନ କରିଥିବା ସୁନା ଚିତା ନଥିବା ଦେଖିବାକୁ ପାଇଥିଲେ । ମନ୍ଦିର କମିଟି ସଦସ୍ୟ ପହଞ୍ଚôବା ପୂଜକ ଶ୍ରୀ ପଣ୍ଡା ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଡ଼ଗସ୍କ୍ୱାର୍ଡ଼ର ସହାୟତା ନେଇଥିଲା । ଡ଼ଗସ୍କ୍ୱାର୍ଡ଼ ପହଞ୍ଚô ଅନୁଧ୍ୟାନ କରିଥିବା ବେଳେ ସାଇଣ୍ଟିଫିକ ଦଳ ମଧ୍ୟ ତଦନ୍ତ କରିଥିଲା ।  କମିଟି ପକ୍ଷରୁ କୁହାଯାଇଛି ହୁଣ୍ଡିଟିକୁ ପଡ଼ିଆକୁ ଟେକି ଆଣି ଦୁର୍ବୃତ୍ତ ତାଲା ଭାଙ୍ଗି ଗଲା ୬ମାସ ହେଲା ଶ୍ରଦ୍ଧାଳୁଙ୍କ ଦାନଅର୍ଥ ଲୁଟି ନେଇଛନ୍ତି । ଗତ କିଛିବର୍ଷ ଭିତରେ ମନ୍ଦିରରୁ ୬ଥର ଚୋରି ହେଲାଣି । ପାଟ୍ରୋଲିଂ ବ୍ୟବସ୍ଥା କରାଯାଉନଥିବାରୁ ଚୋରି ବଢିି ଚାଲିଛି ।