ଜୁନିୟର ସୁକିନ୍ଦା ପ୍ରିମିୟର ଲିଗ୍ ଉଦଯାପିତ
ସୁକିନ୍ଦା: ଷ୍ଟାଡିୟମରେ ଗତ ୬ତାରିଖରୁ ଆରମ୍ଭ ହୋଇଥିବା ୯ମ ଜୁନିୟର ସୁକିନ୍ଦା ପ୍ରିମିୟର ଲିଗ୍ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୨୦୧୩ ମାଟ୍ରିକ ବ୍ୟାଚକୁ ହରାଇ ୨୦୧୮ ବ୍ୟାଚ୍ ଚାମ୍ପିଅନ ବିବେଚିତ ହୋଇଛି । ଫାଇନାଲ ମ୍ୟାଚରେ ୨୦୧୩ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୪.୪ଓଭରରେ ସମସ୍ତ ୱିକେଟ ହରାଇ ୧୪୮ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁବ୍ରତ ମଲିକ ସର୍ବାଧିକ ୮୪ରନ୍ ସଂଗ୍ରହ କରିଥିଲେ । ଜବାବରେ ୨୦୧୮ ବ୍ୟାଚ ବ୍ୟାଟିଂ କରି ୧୪.୩ଓଭରରେ ୪ ୱିକେଟ ହରାଇ ୧୫୦ରନ୍ କରି ବିଜୟ ହୋଇ ଚଳିତ ବର୍ଷର ଚାମ୍ପିଅନ ବିବେଚିତ ହୋଇଛି । ଦଳ ପକ୍ଷରୁ ଏସକେଓସି ୫୯ରନ୍ କରିବା ସହ ଗୋଟିଏ ୱିକେଟ ଅକ୍ତିଆର କରି ନିଜ ଦଳକୁ ଜିତାଇ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୨୦୧୩ବ୍ୟାଚର ଏସ.କେ.ଅତାଉଲା ବ୍ୟକ୍ତିଗତ ସର୍ବାଧିକ ୧୮୯ରନ୍ କରିବା ସହ ୧୧ ୱିକେଟ ଅକ୍ତିଆର କରି ମ୍ୟାନ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି । ଉଦ୍ୟାପନୀ ଉତ୍ସବରେ ସୁକିନ୍ଦା ରାଜାସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର, ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଦୁଇ ଅମ୍ପାୟାର ଛାୟକାନ୍ତ ଦ୍ୱିବେଦୀ ଓ ମିର୍ଜାଉଲ୍ ବେଗ ଖେଳ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଂଟରେ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲର ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ୧୨ଟି ମାଟ୍ରିକ ବ୍ୟାଚ୍ ନିଜ ନିଜ ଟିମ୍ ଗଠନ କରି ଅଂଶଗ୍ରହଣ କରିଥିଲେ ।