ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଶିକ୍ଷାବିତ ହେମେନ୍ଦ୍ର ନାଥ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବିଶିଷ୍ଟ ଶିକ୍ଷାବିତ ହେମେନ୍ଦ୍ର ନାଥ ମହାନ୍ତି । ଆନନ୍ଦପୁର ବ୍ଲକର ସହକାରୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଶିକ୍ଷାବିତ ହେମେନ୍ଦ୍ରଙ୍କ ଜନ୍ମ ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତାଳପଦା ଗ୍ରାମରେ । କର୍ମ ଭୂମି କିନ୍ତୁ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ । ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ ଦୈନିକ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳିତ ସହିତ ସମୟାନୁବର୍ତ୍ତିତା ଏବଂ ଛାତ୍ରଛାତ୍ରୀ ମାନଙ୍କୁ କିପରି ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ ସେନେଇ ସୁପରମର୍ଶ ଦେଇଥାନ୍ତି । ଅନନ୍ୟ ଗୁଣର ଅଧିକାରୀ ଶ୍ରୀମହାନ୍ତି ମଧ୍ୟ ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ରୁଚି ରଖିଛନ୍ତି । ଜୀବନର ଚଲାପଥରେ ଅଙ୍କାବଙ୍କା ରାସ୍ତା ଅତିକ୍ରମ କଲାବେଳେ ଅନେକ ଥର ଝୁଣ୍ଟି ପଡ଼ିଥିଲେ ମଧ୍ୟ ସାରସ୍ୱତ ସାଧନରୁ ବିଚୁ୍ୟତି ହୋଇନାହାନ୍ତି । ନିଜର ଅନ୍ତର୍ନିହିତ ପ୍ରତଭା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଅନେକବାର ସମ୍ମାନୀତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି । ଏକ ନିଆରା ଇଚ୍ଛା ବଳରେ ଶ୍ରୀ ମହାନ୍ତି ଏଇ ନିକଟରେ ବ୍ଳକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ନିକଟରୁ ଲେଖାନେଇ ନଡ଼ିଆ ରାଣୀ ନାମକ ଏକ ଶିଶୁ କିଶୋର ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଛି । ସେହିପରି ଶିକ୍ଷାବିତ ଶ୍ରୀମହାନ୍ତିଙ୍କର ସ୍ୱଲିଖିତ ପୁସ୍ତକ ଆମ ଧାମନଗର, ସ୍ମୃତି ସ୍ମରଣିକା, ଗୁରୁଦେବ, ବୋଉ ବେଶ ଆଦୃତ୍ତି ଲାଭ କରିଛି । ସେହିପରି ଆଦର୍ଶ ଶିକ୍ଷାବିତ ଶ୍ରୀ ମହାନ୍ତିଙ୍କ ଅନ୍ୟ ଏକ ରୁଚି ହେଉଛି ଯେଉଁ ଅବସର ନେଇ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଶିକ୍ଷାବିତ ଓ ଅବସର ନେଇଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନକରି ଉତରତୋର ଉନ୍ନତି କାମନା କରିଥାନ୍ତି । ସେହିପରି ଯେଉଁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ରାଜ୍ୟସ୍ତରୀୟ କୃତକାର୍ଯ୍ୟ ହୋଇଥାନ୍ତି । ଶ୍ରୀ ମହାନ୍ତି ସେଇ ଛାତ୍ରଛାତ୍ରୀଙ୍କ ଘରେ ମଧ୍ୟ ପହଞ୍ଚି ବ୍ୟକ୍ତି ଗତ ଭାବେ ସେମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଶୁଭ ମାନସୀଥାନ୍ତି । ଯାହାକି ଏହି ସାରସ୍ୱତ ପୃଷ୍ଠ ଭୂମିରେ ଶିକ୍ଷାବିତ ହେମେନ୍ଦ୍ର ନାଥ ମହାନ୍ତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।