ମନ୍ଦିର ସାମ୍ନାରେ ହଣାକଟା: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ହାଣି ଦେଲେ ଦୁର୍ବୃତ୍ତ
ମହାଶିବରାତ୍ରିରେ ଘଟିଛି ଅଭାବନୀୟ ଘଟଣା। ବାଲେଶ୍ୱର ଜିଲା ଟାଉନ ଥାନା ଅନ୍ତର୍ଗତ ନାଥପାଣି ଛକରେ ବୁଧବାର ଜାଗର ରାତିରେ ଦୁର୍ବୃତ୍ତମାନେ କରିଛନ୍ତି ହଣାକଟା। ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ହୋଇଛି ଆକ୍ରମଣ। ଆକ୍ରମଣରେ ଶିକାର ହୋଇଥିବା ୨ ଭାଇ ହେଲେ ବାପୁ ପଣ୍ଡା ଓ ବାବି ପଣ୍ଡା। ଉଭୟଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସାନ ଭାଇଙ୍କୁ ରାତିରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବାଲେଶ୍ୱର ଟାଉନ ଥାନା ପୋଲିସ ଓ ସିଟି ଡିଏସ୍ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।