ଓଡ଼ିଶୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ‘ଆଳାପ ମହୋସବ’
ଭୁବନେଶ୍ୱର : ଗୁରୁ ନିମାକାନ୍ତ ରାଉତରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଓଡ଼ିଶୀ ସଙ୍ଗୀତ ପାଇଁ ଉସôର୍ଗୀକୃତ ଅନୁଷ୍ଠାନ "ଆଳାପ କଲଚୁରାଲ ଟ୍ରଷ୍ଟ’ର ୯ମ ବାର୍ଷିକ ମହୋସôବ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ବେଷଣା କେନ୍ଦ୍ରସ୍ଥ ଉକôଳ ରଙ୍ଗମଞ୍ଚରେ ଉଦ୍ୟାପିତ ହୋଇଯାଇଛି । ଅତିଥି ଭାବେ ଯୋଗଦେଇଥିଲେ ନୟାଗଡ଼ର ବିଧାୟକ ଅରୁଣ କୁମାର ସାହୁ, ବରିଷ୍ଠ ସେବାୟତ ସୁଦର୍ଶନ ପୂଜାପଣ୍ଡା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସର ଗୁରୁ ରାମହରି ଦାସ, ଉକôଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ମୁମ୍ବାଇ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ଦୀପା ମିଶ୍ର, ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ଜଗନ୍ନାଥ କୁଅଁର, ଅନୁଷ୍ଠାନର ସଭାପତି ବଦ୍ରିନାରାୟଣ ମହାନ୍ତି ଓ ସଂପାଦକ ଗୁରୁ ନିମାକାନ୍ତ ରାଉତରାୟ ଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା, ଓଡ଼ିଶୀ ସଙ୍ଗୀତର ଇତିହାସ, ଆଧ୍ୟାତ୍ମିକତାରେ ଓଡ଼ିଶୀ ସଙ୍ଗୀତ,ଜୀବନରେ ସଙ୍ଗୀତର ଆବଶ୍ୟକତା, ଏବଂ ଓଡ଼ିଶୀ ସଙ୍ଗୀତର ବିକାଶରେ ଶ୍ରୀମନ୍ଦିରର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ସଭାପତି ବଦ୍ରିନାରାୟଣ ମହାନ୍ତି ମଞ୍ଚାସୀନ ଅତିଥ୍ ମାନଙ୍କୁ ସ୍ୱାଗତ କରିବା ସହିତ ଅନୁଷ୍ଠାନର ଲକ୍ଷ ଓ ଉଦେ୍ଦଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଓଡ଼ିଶୀ ସଙ୍ଗୀତର ମହାଗୁରୁ ଶ୍ରୀ ଘନଶ୍ୟାମ ପଣ୍ଡାଙ୍କୁ ପ୍ରଥମେ ଶିଷ୍ୟମାନେ ପାଦପୂଜା କରିଥିଲେ ଓ ଆଳାପ କଲଚୁରାଲଟ୍ରଷ୍ଟ ତରଫରୁ ଗୁରୁଜୀଙ୍କୁ ଅଙ୍ଗବସ୍ତୁ, ପୁଷ୍ପଗୁଚ୍ଛ, ସନନ୍ଦ ପତ୍ର, ଟ୍ରଫି, ଓ ଆର୍ଥିକ ରାଶି ପଚାଶ ହଜାର ଟଙ୍କା ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା । ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ଓଡ଼ିଶାର ପଶ୍ଚିମାଞ୍ଚଳର ସଙ୍ଗୀତ ସାଧକ ସନ୍ତୋଷ ସୁନାଙ୍କୁ ମଧ୍ୟ ଆଳାପ ଅନୁଷ୍ଠାନ ତରଫରୁ ଜୀବନ ବ୍ୟାପି ସିଦ୍ଧି ସମ୍ମାନରେ ଉପାୟନ, ପୁଷ୍ପଗୁଚ୍ଛ, ସନନ୍ଦ ପତ୍ର ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା ।