ସୁଜାତା କାର୍ତ୍ତିକେୟନଙ୍କୁ ଛୁଟି ଦେଲେନି ସରକାର
sujata kartikeyan
ଲୋକସେବା ଭବନ ଆସିବେ ନା ଶଙ୍ଖ ଭବନ ?
ଭୁବନେଶ୍ୱର : ବରିଷ୍ଠ ଆଇଇଏସ ଅଫିସର ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ଛୁଟି ଦେବେନି । ଛଅ ମାସ ଛୁଟିରେ ଯାଇଥିବା ସୁଜାତା ଆଉ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ । ତେବେ ରାଜ୍ୟ ସରକାର ତାଙ୍କର ଛୁଟିକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆସନ୍ତାକାଲି ଠାରୁ କାର୍ଯ୍ୟରେ ଯୋଗଦେବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି । ଯାହାକୁ ନେଇ ରାଜନୀତିକ ମହଲରେ ଆଲୋଡ଼ନ ସୃଷ୍ଟିହୋଇଛି ।
ମେ’ ୩୧ରେ ସୁଜାତା ୬ ମାସ ପାଇଁ ଛୁଟିରେ ଯାଇଥିଲେ । ପିଲାଙ୍କ ପାଠପଢ଼ା ପାଇଁ ସେ ଛୁଟି ନେଇଥିଲେ । ତେବେ ଏହା ପରେ ପରେ ସରକାର ବଦଳିଯାଇଥିଲା । ନଭେମ୍ବର ୨୬ରେ ଛୁଟି ସରୁଥିବାରୁ ସୁଜାତା କ’ଣ କରିବେ ତାହାକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।