ମହିଳାଙ୍କୁ ଛୁରି ଦେଖାଇ ସୁନାହାର ଲୁଟ୍
ଜୟପୁର:- କୋରାପୁଟ ଜିଲା କୋଲାବ ଅଂଚଳରେ ଲୁଟ୍ । ୩ ଦୁର୍ବୁତ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍ କରିଥିଲେ । ମହିଳା ପିନ୍ଧିଥିବା ସୁନା ଖାସୁ ମାଳ ଲୁଟ କଲେ । ଏହି ଘଟଣା ଅଂଚଳରେ ଚହଳ ସୃଷ୍ଟି କରିଛି । ରବିବାର ସକାଳୁ ମାର୍କେଟ ଲାଇନର ୨ ଜଣ ପଡୋଶି ସୁବାସିନି ଖରା ଓ ଜୟନ୍ତି ଡାକୁଆ ମହିଳା ପ୍ରାତଃ ଭ୍ରମଣରେ ଘରୁ ବାହାରି ଧଉଡାପଦର ଯାଇ ଫେରିବା ବେଳେ ସକାଳ ୬ଟା ୩୦ ମିନିଟ୍ ସମୟରେ ଓସିସି ଗଡାଣିଆ ରାସ୍ତାରେ ବିପିରିତ ଦିଗରୁ ୩ ଜଣ ଦୁର୍ବୁତ ଧଳା ରଙ୍ଗର ବାଇକ୍ ରେ ଆସି ମହିଳାଙ୍କ ନିକଟରେ ବାଇକ୍ ରଖି ଛୁରି ଦେଖାଇ ଭୟଭିତ କରି ସୁବାସିନି ଖରା ବେକରେ ପିନ୍ଧିଥିବା ପ୍ରାୟ ୩ ଭରିର ସୁନା ଖାସୁ ମାଳ ଲୁଟ୍ କରିଥିଲେ । ଅନ୍ୟ ଜଣକ ବେକରେ କିଛି ନଥିବାରୁ ତାଙ୍କୁ ଛାଡି ଦେଇଥିଲେ । ୩ ଜଣ ଦୁର୍ବୃତ ମୁହଁରେ କପଡା ଘୋଡାଇଥିବାରୁ କେହି ଚିହ୍ନି ପାରି ନଥିଲେ । ପୋଲିସର ନିଷ୍କ୍ରିୟତା ଯୋଗୁଁ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଜନ ସାଧାରଣଙ୍କ କହିବା ଅନୁଯାଇ କୋଲାବ ଅଂଚଳ କୋରାପୁଟ, ଜୟପୁରର ଅନ୍ଧାରିଆ ମଧ୍ୟ ସ୍ଥଳ ସମସ୍ତ ପ୍ରକାର ଅପରାଧର ପେଣ୍ଠସ୍ଥଳି ଭାବେ ପରିଚିତ । ଉକ୍ତ ଅଂଚଳରେ ସମସ୍ତ ପ୍ରକାର ଅସାମାଜିକ କାର୍ଯ୍ୟ ହେଲେ ମଧ୍ୟ ଲୋକେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ପାଟିି ଖୋଲିଲେ ସଂଘବଦ୍ଧ ଆକ୍ରମଣ ମଧ୍ୟ ହେଉଥିବା ନଜିର ରହିଛି । ଏଠି ଚୋର, ପୋଲିସର ଭାଇ ଭାଇର ସମ୍ପର୍କ ରହିଛି । ପ୍ରାୟ ୨୦୧୬ ମସିହା ଠାରୁ ଏହି ଅପରାଧର ମଞ୍ଜି ବୁଣି ଥିବା ଅଂଚଳରେ ଚର୍ଚ୍ଚା ହେଉଛି । ବର୍ତମାନ ପ୍ରତ୍ୟେକ ଦିନ କୋଲାବ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡାରେ ଜୁଆ ଖେଳିବାକୁ ବାହାରୁ ଜୁଆଡ୍ଡି ମାନେ ଆସନ୍ତି । ରାତିରେ ଜୁଆ ଖେଳି ସକାଳୁ ଏପରି କାଣ୍ଡ ଭିଆଇଥିବା ଅଂଚଳରେ ଚର୍ଚ୍ଚା ହେଉଛି ।