ମା' ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା : କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା'

 ଜଟଣୀ/କାକଟପୁର  : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା' ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋସôବ ଷଷ୍ଠୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା'ଙ୍କୁ ମହାସ୍ନାନ ପରେ ବେଶ କରାଯାଇଥିଲା । ଆଜି ମା' କାତ୍ୟାୟନୀ ବେଶରେ ଦର୍ଶନ ଦେଇଥିଲେ । ମା' ଚତୁର୍ଭୁଜା ସିଂଘବାହିନୀ, ବାମ ଉପର ହସ୍ତେ ପଦ୍ମ ତଳ ହସ୍ତେ ଖଡ୍ଗ, ଦକ୍ଷିଣ ହସ୍ତ ଉପର ଅଭୟମୁଦ୍ରା ତଳ ହସ୍ତ ଆଶୀର୍ବାଦ ମୁଦ୍ରା ବେଶ ଆକର୍ଷଣୀୟ ହୋଇଥିଲା । ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତାକାଲି ଉଭୟ ସପ୍ତମୀ ଓ ଅଷ୍ଟମୀ ତିଥି ହେତୁ ଦୁଇଗୋଟି ବେଶ ହେବେ । ମା କାଳରାତ୍ରି ଓÿ ମହାଗୌରୀ  ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡି ମହାନ୍ତି,  ଅଶୋକ ଦାସ, ପବିତ୍ର ମୋହନ ରଣସିଂହ, ସୁନୀଲ ମହାନ୍ତି, ପୂର୍ଣଚନ୍ଦ୍ର ସାହାଣୀ, ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଶଶିକାନ୍ତ ମହାପାତ୍ର, ବିକାଶ ବେହେରା ନିତ୍ୟସେବକ,  ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଦିପୁ ପାଲ, ବିବେକ ଦଳେଇ, ଜଗରନାଥ ବାରିକ ସମେତ ଗ୍ରାମବାସୀଙ୍କ ସହଯୋଗରେ ସମାପନ ହୋଇଥିଲା ।