ମୁଣ୍ଡଳୀ ବ୍ରିଜରେ କାର ରଖି ଯୁବକ ନିଖୋଜ
କଟକ : ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ଯୁବକ ନିଖୋଜ । ସୂଚନା ଅନୁଯାଇ, ମୁଣ୍ଡଳୀ ବ୍ରିଜ ଉପରେ ଏକ କଳା ରଙ୍ଗର କାର ଦୀର୍ଘ ସମୟ ଧରି ରଖାଯାଇ ଥିଲା । ଏହାକୁ ସନ୍ଦେହ କରି ପୁଲିସ କାରକୁ ଯାଞ୍ଚ କରିଥିଲେ । କାରର ଡେ଼ାର ଖୋଲା ଥିବା ସମୟରେ କାରରୁ ଏକ ସୁଇସାଇଡ଼ ନୋଟ ଏବଂ ଏକ ମୋବାଇଲ ଜବତ କରାଯାଇଛି । ଯୁବକ ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ବାରଙ୍ଗ ଥାନା ପୁଲିସ ଓ ଜୋନ୍ ଏସିପି ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଶକ୍ତିକାନ୍ତ ସାହୁ ଏବଂ ତାଙ୍କ ଘର ଭୁବନଶ୍ୱେର ସ୍ଥିତ ନୟାପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡିଛି ।