ପୂଜା ଲାଗି ତତ୍ପରତା , ସହରରେ ଚାଲିଛି ରାସ୍ତା ମରାମତି କାର୍ଯ୍ୟ
ାା ପ୍ରଭାନୁ୍ୟଜ ।ା କଟକ: ଦୁର୍ଗାପୂଜା ପାଖେଇ ଆସୁଥିବାବେଳେ ସହରର ବିଭିନ୍ନ ରାସ୍ତାଘାଟର ମରାମତି ପ୍ରକି୍ରୟାକୁ ଏବେ ତ୍ୱରାନ୍ୱିତ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଏ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି । ମହାନଦୀ ବିହାର, ଯୋବ୍ରା, କାଳିଆବୁଦା, ନୂଆବଜାର ଆଦି ବିଭିନ୍ନ ସ୍ଥାନରେ ଏବେ ପୂର୍ତ୍ତ ବିଭାଗ ଓ ସିଏମ୍ସି ପକ୍ଷରୁ ରାସ୍ତା ମରାମତି କାମ ହେଉଥିବାର ଦେଖିବାକୁ ମିଳିଛି । ସହରର କିଛି ରାସ୍ତା ସିଏମ୍ସି ଅଧୀନରେ ରହିଥିବାବେଳେ ଆଉ କିଛି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ତେବେ କିଛି ଗଳି ଓ ଉପଗଳି ରାସ୍ତାକୁ ସିଏମ୍ସି ଏବେ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ଲକ୍ଷ୍ୟ ରଖିଥିବାବେଳେ ମୁଖ୍ୟ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କାମ ଚାଲିଛି । ପୂଜା ପାଇଁ ସହର ଏବେ ସଜେଇ ହେଉଥିବାବେଳେ ରାସ୍ତାଘାଟର ମରାମତି କାମ ବି ଚାଲିଛି । କିଛି ସ୍ଥାନରେ ରୋଲ୍ର ଗଡୁଛି ତ ଆଉ କିଛି ସ୍ଥାନରେ ପିଚୁ ପକା କାମ ଚାଲିଛି । ଦିନବେଳା ବିଭିନ୍ନ ସ୍ଥାନରେ ଏପରି କାମ ଚାଲୁଥିବାରୁ ବେଳେ ବେଳେ ଟ୍ରାଫିକ୍ ସମସ୍ୟା ବି ହେଉଥିବା ଦେଖିବାକୁ ମିଳିଛି । ତେବେ ହାଇକୋର୍ଟ ନିଦେ୍ର୍ଦଶ ମୁତାବକ ଅକ୍ଟୋବର ୮ ତାରିଖ ଭିତରେ ଅବଶିଷ୍ଟ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । କୋର୍ଟକୁ ପୂର୍ବରୁ ଦିଆଯାଇଥିବା ତଥ୍ୟ ଓ ପ୍ରକୃତ ତିଥି ଭିତରେ କିଛି ତାଳମେଳ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ଏହା ପରେ ଉଭୟ ସିଏମସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଇଛି । ଚାଲିଥିବା ରାସ୍ତାଘାଟର ତତ୍ପରତା ଦେଖି କିଛି ବୁଦ୍ଧିଜୀବୀ ଖାଲି ପାର୍ବଣ ଆସିଲେ କାହିଁକି ପ୍ରଶାସନର ଏ କଥା ମନେ ପଡୁଛି ବୋଲି ପ୍ରଶ୍ନ କରୁଛନ୍ତି? ଦୁର୍ଗା ପୂଜା ବେଳେ ଦଦରା ରାସ୍ତାରେ କାହିଁକି କେବଳ ପିଚୁ ପଡ଼ିବ ବୋଲି ମଧ୍ୟ ସହରବାସୀ ପ୍ରଶ୍ନ କରିଛନ୍ତି? ଅନ୍ୟ ଦିନରେ ସିଏମସି ଓ ପୂର୍ତ୍ତ ବିଭାଗ କାହିଁକି ଉଦାସୀନ ରହୁଛି ବୋଲି କଟକ ନଗର ନାଗରିକ ମହାସଭା ପ୍ରଶ୍ନ କରିଛି । ୫୨ବଜାର ୫୩ ଗଳିର ସହର କୁହାଯାଉଥିବା କଟକ ସହରର ଅନେକ ଗଳି ଓ ଉପଗଳି ରାସ୍ତାର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ରହିଛି । ତେବେ ନିକଟରେ ହାଇକୋର୍ଟ ଆଡଭୋକେଟ କମିଟି ଏ ନେଇ ହାଇକୋର୍ଟକୁ ସତ୍ୟାସତ ଜଣାଇ ନଥିଲେ ବୋଧହୁଏ ବିଭାଗୀୟ କର୍ତ୍ତୃପକ୍ଷ କୋର୍ଟକୁ ଫାଙ୍କି ଦେଇଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚ ହେଉଛି ।