ଘରୋଇ ଜାଗାରେ ଶୌଚାଳୟ ନିର୍ମାଣ, ଦୃଢ଼ ବିରୋଧ

ାା ପ୍ରଭାନୁ୍ୟଜ ।ା ନିଆଳି: ନିଆଳି ବ୍ଲକ୍ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ରାଣୀଓଳା ପଞ୍ଚାୟତ ମେଳକ ଗ୍ରାମରେ ଥିବା କଣ୍ଟାଗାଡିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ପଞ୍ଚାୟତ ପଇସାରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ନିର୍ମାଣ ହେଉଛି ଶୌଚାଳୟ । ଉକ୍ତ ଜାଗାଟି ଘରୋଇ ଲୋକଙ୍କ ନାମରେ ଥିବାବେଳେ କିଭଳି ଭାବରେ ସରକାରୀ ଅର୍ଥ ବ୍ୟୟ ବରାଦ କରାଯାଇ ନିର୍ମାଣ ହେଉଛି ଶୌଚାଳୟ । ଯାହାକୁ ନେଇ ଏବେ ହରଡଘଣାରେ ବ୍ଲକ୍ ପ୍ରଶାସନ । ଯେଉଁ ଜାଗାରେ ଶୌଚାଳୟ ନିର୍ମାଣ କରାଯାଉଛି, ଜାଗାଟି ସେହି ଗ୍ରାମର ବିଶ୍ୱାଳଙ୍କ ପରିବାର ନାମରେ ଅଛି । ଯାହାକୁ ନେଇ ବିଶ୍ୱାଳ ଘର ପରିବାର ତୀବ୍ର ବିରୋଧ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୧୨୭୫ ଓ ୧୨୭୮ ପ୍ଲଟ୍ ନଂରେ ଖାତା ନଂ ୩୧୪ । ଦଧିବାମନ ବିଶ୍ୱାଳ, ଧରଣୀଧର ବିଶ୍ୱାଳ, ବାଇଧର ବିଶ୍ୱାଳ, ଆର୍ତ୍ତତ୍ରାଣ ବିଶ୍ୱାଳ, ଚୌଉଦିରୀ ବିଶ୍ୱାଳଙ୍କ ନାମ ପଟ୍ଟାରେ ଥିବାବେଳେ କିଭଳି ଭାବରେ ପଞ୍ଚାୟତ ଯନ୍ତ୍ରୀ କାମ କରିବାକୁ ଅନୁମତି ଦେଉଛନ୍ତି । ଏ ନେଇ ରାଣୀଓଳା ସରପଞ୍ଚ ତି୍ରନାଥ ମହାନ୍ତି ଙ୍କୁ ପଚାରିବାରୁ ପୂର୍ବରୁ ସେଠାରେ ଏକ ଶୌଚାଳୟ ଥିଲା । ଏବେ ତାକୁ ଭାଙ୍ଗି ଦିଆଯାଇ ନୂତନ ଶୌଚାଳୟ କରାଯାଉଛି । ଅନ୍ୟପକ୍ଷରେ ଯଦି ଏଠାରେ ଶୌଚାଳୟ ନିର୍ମାଣ କରାଯାଏ, ତେବେ ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟରେ ମାମଲା ରୁଜୁ ହେବ ବୋଲି ବିଶ୍ୱାଳ ଘର ପରିବାର ପକ୍ଷରୁ ଚେତାବନୀ ଦେଇଛନ୍ତି ।