ମୋ ବସ୍ ଧକ୍କାରେ ନାବଳିକା ମୃତ ଘଟଣା: ୨ ଲକ୍ଷ ଟଙ୍କା କ୍ଷତିପୂରଣ
ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍ ଧକ୍କାରେ ମୃତ ନାବଳିକାଙ୍କ ପରିବାକୁ CRUT ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ଦିଆଯାଇଛି। କ୍ଷତିପୂରଣ ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି। ମୋ ବସର ଗତି କୁ ନେଇ ନିୟମ ଆସିବ ପରେ ମଧ୍ୟ ଚାଳକଙ୍କ ଅସାବଧାନତା ଯୋଗୁଁ ଗୋଟେ ପରେ ଗୋଟେ ଦୁର୍ଘଟଣା ହେଇଚାଲିଛି ।
ସୂଚନା ଅନୁଯାୟୀ ୧୩ ବର୍ଷୀୟ ମୁନି ଜୁଆଡି ଫୁଲ ତୋଳି ସାଇକେଲ ଯୋଗେ ଯିବା ପାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। କମିଶନରେଟ ପୁଲିସ ଏସିପି ରମେଶ ଚନ୍ଦ୍ର ବିଶୋଇ, ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟି, ଗମନାଗମନ ସ୍ୱଭାବିକ ହୋଇଥିଲା। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣା ଘଟିଥିବା ନେଇ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି ଏବଂ ନାବାଳିକାର ପରିବାରକୁ ଦେଇଛି CRUT ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ଦିଆଯାଇଛି ।